ETV Bharat / city

ସେନା କର୍ମଚାରୀ ପରିଚୟ ଦେଇ ଏକ ଲକ୍ଷରୁ ଅଧିକ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ - ପୁରୀ ଖବର

ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ଏକ ଲକ୍ଷରୁ ଅଧିକ ଠକେଇ ।ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବଜାରରେ ଜନସେଵା କେନ୍ଦ୍ରରେ ବ୍ୟାଙ୍କ ଚେକ ଦେଇ ସେବା କେନ୍ଦ୍ର ଅପରେଟରଙ୍କ ଠାରୁ ୧. ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅଧିକ ପଢନ୍ତୁ...

Army personnel identity fraud more than one lakh rupees in puri
ସେନା କର୍ମଚାରୀ ପରିଚୟ ଦେଇ ଏକ ଲକ୍ଷରୁ ଅଧିକ ଟଙ୍କା ଠକେଇ,ଅଭିଯୁକ୍ତ ଗିରଫ
author img

By

Published : May 21, 2021, 6:42 PM IST

ପୁରୀ: ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ଏକ ଲକ୍ଷରୁ ଅଧିକ ଠକେଇ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବଜାରରେ ଜନସେଵା କେନ୍ଦ୍ରରେ ବ୍ୟାଙ୍କ ଚେକ ଦେଇ ସେବା କେନ୍ଦ୍ର ଅପରେଟରଙ୍କ ଠାରୁ ୧. ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏନେଇ ଅପରେଟର କାଳୀ ପ୍ରସାଦ ମହାପାତ୍ରଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ କେସ୍ ନଂ ୨୧୦/ ୨୧ ରେ ଏକ ଠକେଇ ମାମଲା ରୁଜୁକରି ପୋଲିସ ଅଭିଯୁକ୍ତ ପ୍ରଭାସ କୁମାର ସେଠୀଙ୍କୁ ଗିରଫ କରିଛି।

ସେନା କର୍ମଚାରୀ ପରିଚୟ ଦେଇ ଏକ ଲକ୍ଷରୁ ଅଧିକ ଟଙ୍କା ଠକେଇ,ଅଭିଯୁକ୍ତ ଗିରଫ

ସୂଚନାଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କରଞ୍ଜପଡା ଗ୍ରାମର ଜୟନ୍ତ କୁମାର ସେଠୀଙ୍କ ପୁଅ ପ୍ରଭାସ ନିଜକୁ ଜଣେ ସେନା ଵିଭାଗର କର୍ମଚାରୀ ବୋଲି କହିବା ସହିତ ଏନ.ସି.ସି.ତାଲିମ ଦେଵାକୁ ଆସିଥିବା କହିଥିଲେ। ସତ୍ୟବାଦୀ ଥାନା ଠାରୁ ୫ ଶହ ମିଟରଦୂର ରାଜପଥ ପାର୍ଶ୍ଵସ୍ଥ ଉଆଁସଡିହ ଗ୍ରାମ ନିକଟରେ ଏକ ଭଡ଼ା ଘରେ ଗତ ୬ ମାସ ହେବ ରହୁଥିଲେ। ସେ ଚତୁରାତାର ସହ କାନାଡା ବ୍ୟାଙ୍କ ସତ୍ୟବାଦୀ ଶାଖାରେ ଆକାଉଣ୍ଟ ଖୋଲି ସେଠାରୁ ବ୍ୟାଙ୍କ ଚେକ ସଂଗ୍ରହ କରିଥିଲେ। ଏହା ପରେ ସେ ଅନଲାଇନ ମନି ଟ୍ରାନସଫର, ଚାକିରୀ କରାଇଦେବା, ହୋଟେଲରେ ବାକିରେ ଖାଇଵା ଏପରିକି ଘର ମାଲିକଙ୍କୁ ଭଡା ନଦେଇ ଓ ବ୍ୟବସାୟ ଆଳ ଦେଖାଇ ଅନେକ ଲୋକଙ୍କୁ ଠକେଇ କରି ଚାଲିଥିଲେ। ଗତ ସପ୍ତାହରେ ଜନସେଵା କେନ୍ଦ୍ରକୁ ଯାଇ ପରିବାରର ଚିକିତ୍ସା ନିମନ୍ତେ ଟଙ୍କା ପଠାଇବା ଜରୁରୀ ବୋଲି କହି ନଗଦ ଅର୍ଥ ପ୍ରଦାନ କରି ଅନଲାଇନ ମନି ଟ୍ରାନସଫର କରିଥିଲେ। ପରେ ପରେ ପୁନଶ୍ଚ ମନି ଟ୍ରାନସଫର କରିବାକୁ ଆସି ଟଙ୍କା ପଠାଇବା ପରେ ଏକ ବ୍ୟାଙ୍କ ଚେକ ଦେଇଥିଲେ। ମାତ୍ର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡିଵାରୁ ଅଭିଯୋଗକାରୀ କାଳୀପ୍ରସାଦ ମହାପାତ୍ର ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତ ପରେ ସେ ଗୋଟିଏ ଠକ ବୋଲି ପୋଲିସ ସନ୍ଦେହ କରିଥିଲେ। ତାଙ୍କ ପରିବାର ସହିତ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪୨୦ ଦଫାରେ ଗିରଫ କରି ପୁରୀ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି । ଅନ୍ୟ ମାନଙ୍କର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଆଇଆଇସି ଦେଵୀ ପ୍ରସାଦ ପାତ୍ର କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.