ପୁରୀ: ଗାଁକୁ ରାସ୍ତା ନଥିବାରୁ ଆସିପାରିନି ଆମ୍ବୁଲାନ୍ସ । ଅକାଳରେ ଗଲା ରୋଗୀର ଜୀବନ । ଏଭଳି ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ I ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ପ୍ରହରାଜପୁର ପାଞ୍ଚବାଟିଆରେ ଘଟିଛି ଏଭଳି ଘଟଣା I ପ୍ରହରାଜପୁର ପାଞ୍ଚବାଟିଆର ଲାବଣ୍ୟ ବଳ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ ।
ପରିବାର ଲୋକ ଆମ୍ବୁଲାନ୍ସ ଡାକି ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ସମ୍ଭବ ଥିଲା I ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିବା ପରେ ଗାଁ ଲୋକ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରରେ ଯୋଗେ ଲାବଣ୍ୟକୁ ବୋହିଥିଲେ । କିନ୍ତୁ ଅସୁସ୍ଥ ଥିବା ରୋଗୀ ଲାବଣ୍ୟଙ୍କ ମୃତ୍ୟୁ ଘଟିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ