ETV Bharat / city

ପିପିଲିରେ ଗ୍ୟାସ ଚୁଲା ବଣ୍ଟନ ଅଭିଯୋଗ - ପିପିିଲି ଉପନିର୍ବାଚନ 2022

ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର । ଏଭଳି ସ୍ଥିତିରେ ପିପିଲିରେ ଗ୍ୟାସ ଚୁଲା ବଣ୍ଟନ ଅଭିଯୋଗ । ଗ୍ୟାସ ସିଲିଣ୍ଡର ଗାଡି ଜବତ କଲା ପୋଲିସ । ଅଧିକ ପଢନ୍ତୁ...

gas-cylinder-seize-in-pipili
ପିପିଲିରେ ଗ୍ୟାସ ଚୁଲା ବଣ୍ଟନ ଅଭିଯୋଗ
author img

By

Published : Sep 20, 2021, 10:48 PM IST

ପୁରୀ: ପିପିଲିରେ ଗ୍ୟାସ ଚୁଲା ବଣ୍ଟନ ଅଭିଯୋଗ । ଗ୍ୟାସ ସିଲିଣ୍ଡର ଗାଡି ଜବତ କଲା ପିପିଲି ପୋଲିସ। ପିପିଲି ଉପନିର୍ବାଚନ ପାଇଁ ସରଗରମ ହୋଇଥିବାବେଳେ ଗ୍ୟାସ ସିଲିଣ୍ଡର ଜବତ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ପିପିଲିରେ ଗ୍ୟାସ ଚୁଲା ବଣ୍ଟନ ଅଭିଯୋଗ

ଆଜି ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତରେ ଉଜ୍ବଳା ଯୋଜନାରେ ନୂତନ ଗ୍ୟାସ ଓ ଚୁଲା ବଣ୍ଟା ଯାଉଥିବାବେଳେ ସେସବୁକୁ ଜବତ କରିବା ସହ ୨ଜଣକୁ ଅଟକ ରଖିଛି ପିପିଲି ପୋଲିସ। ବର୍ତ୍ତମାନ ପିପିଲିରେ ଆଚରଣବିଧି ଲାଗୁ ହୋଇଥିବାବେଳେ ନୂତନ ଗ୍ୟାସର କୌଣସି ସଠିକ କାଗଜ ପତ୍ର ଦେଖାଇ ପାରିନଥିଲେ । ଯାହା ଫଳରେ ପୋଲିସ ଜବତ କରିଥିଲା । ତିନି ଚକିଆ ଅଟୋରେ ମୋଟ ୧୪ଟି ନୂତନ ସିଲିଣ୍ଡର ସହ ଗ୍ୟାସ ଚୁଲା ମଧ୍ୟ ରହିଛି। ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ପିପିଲି ଥାନା ଅଧିକାରୀ କହିଛନ୍ତି ।

ସୂଚନାଥାଉକି ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି । ଫଳରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଜଣାପଡିଛି। ଆସନ୍ତା ୩୦ ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.