ETV Bharat / city

ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି ହେଲେ ଅଜିତ ମଙ୍ଗରାଜ - Ajit Mangraj took charge

ଏକ ସ୍ବତନ୍ତ୍ର ସଭାରେ ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜିତ ମଙ୍ଗରାଜ। ଅଧିକ ଖବର ପଢନ୍ତୁ...

ପୁରୀ ଜିଲ୍ଲା କଂଗ୍ରେସର ଦାୟିତ୍ବ ନେଲେ ଅଜିତ ମଙ୍ଗରାଜ

author img

By

Published : Nov 1, 2020, 10:01 AM IST

Updated : Nov 1, 2020, 10:40 AM IST

ପୁରୀ: ବରିଷ୍ଠ କଂଗ୍ରେସ ନେତା ଅଜିତ ମଙ୍ଗରାଜ ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗାନ୍ଧି ଘାଟରେ ଏକ ସ୍ବତନ୍ତ୍ର ସଭାରେ ତାଙ୍କୁ ପୁରୀ ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତା ଶୁଭେଚ୍ଛା ପ୍ରଦାନ କରିଛନ୍ତି । ତେବେ ଆଗାମୀ ଦିନରେ ଲୋକଙ୍କ ସୁବିଧା ଅସୁବିଧା ତଥା ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ବ୍ୟାପକ ସଂଗ୍ରାମ କରିବ ବୋଲି ସେ କହିଛନ୍ତି । କଂଗ୍ରେସ କର୍ମକର୍ତ୍ତା ଏକଜୁଟ ହୋଇ ପୁରୀ କଂଗ୍ରେସକୁ ମଜଭୁତ କରିବା ପାଇଁ ସେ ସମସ୍ତ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି ହେଲେ ଅଜିତ ମଙ୍ଗରାଜ

ସେହିପରି ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭିନ୍ନ ୱାର୍ଡ ,ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ନୂତନ କମିଟି ଗଠନ କରାଯିବ । ପରେ ତୃଣ ମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ପୁରୀ ଜିଲ୍ଲା କଂଗ୍ରେସର ନୂତନ ସଭାପତି କହିଛନ୍ତି ।

ସେପଟେ ପୁରୀ ସହର ଅର୍ଥନୀତି ଶ୍ରୀମନ୍ଦିର ଖୋଲିବା ଉପରେ ନିର୍ଭରଶୀଳ । ଏଣୁ ରାଜ୍ୟ ସରକାର ତୁରନ୍ତ କୋଭିଡ କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ ଶ୍ରୀମନ୍ଦିର ଖୋଲିବାକୁ ସେ ମତ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 1, 2020, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.