ETV Bharat / city

ପାନ ଦୋକାନରେ ମିଳୁଛି Covid ଟୀକା, ଭିଡିଓ ଭାଇରାଲ

author img

By

Published : Dec 30, 2021, 8:25 PM IST

ପୁରୀ ସହରରେ କୋଭିଡ ଟୀକା କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏକ ପାନ ଦୋକାନରେ କୋଭଡି ଟୀକା ବିକ୍ର ହେଉଥିବା ଭିଡିଓ ଭାଇରାଲ । ଅଧିକ ପଢ଼ନ୍ତୁ

ପାନ ଦୋକାନରେ ମିଳୁଛି କୋଭିଡ ଟୀକା, ଭିଡିଓ ଭାଇରାଲ

ପୁରୀ: ଏକ ପାନ ଦୋକାନରେ ମିଳୁଛି କୋଭିଡ ଟୀକା । ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ । ସାରା ଦେଶ ମହାମାରୀ କୋଭିଡ-୧୯ ସଙ୍କଟ ଦେଇ ଗତି କରୁଥିବା ବେଳେ ଆଶାର କିରଣ ସାଜିଛି କୋଭିଡ ଟୀକା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ଟୀକା କେବଳ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଚିକିତ୍ସାଳୟରେ ଉପଲବ୍ଧ ରହିବ ଟୀକା । କିନ୍ତୁ ପୁରୀ ସହରରେ ଏକ ପାନଦୋକାନରେ କୋଭିଡ ଟୀକା ଦେଖିବାକୁ ମିଳିଛି । ଏନେଇ ଭିଡିଓ ଭାଇରାଲ ହେବାପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ ।

ପୁରୀ ସହରରେ ଏବେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଟୀକାଦାତା ମାନେ ଟୀକା ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏଥି ସହିତ ସହରରେ ବିଭିନ୍ନ ସ୍ଥାନରେ ଟୀକାଦାନ କେନ୍ଦ୍ର ରହିଛି । ପୌର କଲ୍ୟାଣ ମଣ୍ଡପ, ବେଟ୍ରିକ୍ସ ସ୍କୁଲ, କନଭେଣ୍ଟ ସ୍କୁଲ ଓ ବସଷ୍ଟାଣ୍ଡ ନିକଟରେ ଏବେ ଟୀକା ଦାନ ଜାରି ରହିଛି । କିନ୍ତୁ ଟୀକାର ଭାଏଲ ଏକ ପାନ ଦୋକାନର ଫ୍ରିଜ ଭିତରେ ଦେଖିବାକୁ ମିଳିଛି ।

ଏହିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ପୁରୀ ସହରରେ କୋଭିଡ ଟୀକାର କଳାବଜାରୀ ହେଉଛି । ପୂର୍ବରୁ କୋଭିଡ ଟୀକାର କଳା ବଜାରୀ ସମ୍ପର୍କରେ ସୂଚନା ମିଳିଥିଲା, ହେଲେ ସଠିକ ପ୍ରମାଣ ମିଳିନଥିଲା । କୋଭିଡ ଟୀକାରକଳା ବଜାରୀକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରରେ ଏବେବି କେତେ ଲୋକ ଟୀକାରୁ ବଞ୍ଚିତ ରହିଛନ୍ତି। ତାଙ୍କୁ ଟୀକା ଦାନ ନ କରାଯାଇ ଏହା ବିକ୍ରି ହେଉଥିବା ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଘଟଣାର ଉପଯୁକ୍ତ ତଦନ୍ତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.