ETV Bharat / city

ଠିକାଦାରଙ୍କୁ ଗୁଳିମାଡ଼, ପୋଲିସ ସାମ୍ନାରେ ଦୁର୍ବୃତ୍ତଙ୍କୁ ଛେଚିଲେ ଗ୍ରାମବାସୀ

author img

By

Published : Nov 6, 2019, 12:38 PM IST

ଠିକାଦାରଙ୍କୁ ଗୁଳିମାଡ । ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ଦୁର୍ବୃତ୍ତ । ପୋଲିସ ଆସିବାରେ ବିଳମ୍ବ ହେବାରୁ ନିର୍ଧୁମ ଛେଚିଲେ ଗ୍ରାମବାସୀ ।

ଠିକାଦାରଙ୍କୁ ଗୁଳି ମାଡ ପଡିଲା ମହଙ୍ଗା

ପୁରୀ: ଠିକାଦାରଙ୍କୁ ଗୁଳିମାଡ ପଡିଲା ମହଙ୍ଗା । ପୋଲିସ ସାମ୍ନାରେ ଦୁର୍ବୃତ୍ତଙ୍କୁ ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଲୋକେ । ପୁରୀ ଗୋପନାଥ ଅନ୍ତର୍ଗତ ସୁବର୍ଣ୍ଣପୁରରେ ଠିକାଦାର ଉମାକାନ୍ତ ମର୍ଣ୍ଣଂ ୱାଲ୍କରେ ବାହାରିଥିବା ବେଳେ ହଠାତ କଳା ସ୍କୁଟିରେ ଆସି ଦୁଇ ଜଣ ଦୁର୍ବୃତ୍ତ ଗୁଳି ମାଡ କରିଥିଲେ । ଠିକାଦାରଙ୍କ ଦୁଇ ଗୋଡରେ ଗୋଟିଏ ଲେଖାଏଁ ଗୁଳି ବାଜିବା ସହ ପେଟରେ ମଧ୍ୟ ଗୁଳି ବାଜିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ସେପଟେ, ଘଟଣାସ୍ଥଳରୁ ଦୁଇ ଦୃର୍ବୃତ୍ତ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ । ତେବେ ପୋଲିସ ଆସିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଦୁର୍ବୃତ୍ତଙ୍କ ସ୍କୁଟି ଜାଳି ଦେଇଥିଲେ ଉତ୍ତ୍ୟକ୍ତଲୋକେ ।

ଅନ୍ୟପଟେ, ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ ଜବତ କରିଛି । ଏଥି ସହ ଘଟଣା ଭିଆଇଥିବା 2ଜଣ ଦୃର୍ବୃତ୍ତଙ୍କୁ ପଚରା ଉଚରା କରୁଥିବାବେଳେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଗୁରୁତର ଅବସ୍ଥାରେ ଠିକାଦାରଙ୍କୁ ପ୍ରଥମେ ଗୋପ ମେଡିକାଲ ପରେ ଭୁବନେଶ୍ବରକୁ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଠିକାଦାର କୁ ଗୁଳି ମାଡ଼ Body:
ଠିକାଦାରଙ୍କୁ ଗୁଳିକରି ଧାରା ପଡିଲେ ଦୃବୁତ ।ପୋଲିସ ସାମ୍ନାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତକ୍ତ ଲୋକେ।
- ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ସକାଳେ ଠିକାଦାର ଉମାକାନ୍ତ ସାହୁ ନିଜ ବାସଭବନରୁ ମର୍ନିଙ୍ଗ ୱର୍କି କରିବାକୁ ବାହାରୁ ଥିବା ସମୟରେ ହଟାତ ଏକ କଳା ସ୍କୁଟି ରେ ଆସି ଦୁଇଜଣ ଦୃବୁତ ଠିକାଦାର ଙ୍କ ଉପରକୁ ଗୁଳି ମାଡ କରଥିଲେ, ।ଗୁଳି ମାରି ସେଠାରୁ ଖସି ପଳାଇ ଯାଉଥିବା ସମୟରେ ଠିକାଦାର ଏକ କର୍ମଚାରୀ ଦୃବୁତ ଙ୍କୁ ଏକ ଇଟା ମାରିବାରୁ ଦୃବୁତ ଦୁଇଜଣ ପଡିଯାଇଥିଲେ, ଘଟଣା ସ୍ଥଳରେ ଗ୍ରାମବାସୀ ଦୁଇ ଦୃବୁତ ଙ୍କୁ ନିସ୍ତୁକ ମାଡ ମାରିବା ସହ ସ୍କୁଟି ଟିକୁ ଜାଳି ଦଇଥିଲେ l ପୋଲିସ ଆସିବା ଡେରି ହୋଇଥିବାରୁ ଉତକ୍ତ ଲୋକେ ପୋଲିସ ଆଗରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଦୃବୁତଙ୍କୁ l ଘଟଣା ସ୍ଥଳରେ ପୋଲିସ ଗୋଟିଏ ପିସ୍ତଲ ଜବତ କରିବା ସହ ଘଟଣା ଭିଆଇଥିବା ଦୁଇ ଜଣ ଦୃବୁତକୁ ପଚାର ଉଚରା କରୁଛି l ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ l
ଏପଟ ଠିକାଦାର ଙ୍କ ଦୁଇଟି ଗୋଡ଼ରେ ଗୋଟିଏ ଲେଖାଏଁ ଗୁଳିବାଜି ଥିବା ବେଳେ ପେଟରେ ଗୋଟିଏ ଗୁଳି ବାଜିଛି l ଠିକାଦାରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋପ ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.