ETV Bharat / city

ହାତୀ ଚଲାପଥରେ ନିର୍ମାଣ କାର୍ଯ୍ୟ ପଡିଲା ମହଙ୍ଗା

author img

By

Published : Sep 24, 2020, 11:06 AM IST

Updated : Sep 24, 2020, 11:24 AM IST

ହାତୀ ଚଲାପଥରେ ନିର୍ମାଣ କାର୍ଯ୍ୟ ପାଇଁ ହରଡଘଣାରେ କେନ୍ଦୁଝର ଡିଏଫଓ । ନିର୍ମାଣ କାର୍ଯ୍ୟ ନେଇ କାରଣ ଦର୍ଶାଅ ନୋଟିସ ମାଗିଲା ଗ୍ରୀନ ଟ୍ରିବ୍ୟୁନାଲ । ଅଧିକ ପଢନ୍ତୁ...

ହାତୀ ଚଲାପଥରେ ନିର୍ମାଣ କାର୍ଯ୍ୟ ପଡିଲା ମହଙ୍ଗା
ହାତୀ ଚଲାପଥରେ ନିର୍ମାଣ କାର୍ଯ୍ୟ ପଡିଲା ମହଙ୍ଗା

କେନ୍ଦୁଝର: ହାତୀ ଚଲାପଥରେ ନିର୍ମାଣ କାର୍ଯ୍ୟ ପାଇଁ ହରଡଘଣାରେ କେନ୍ଦୁଝର ଡିଏଫଓ । ଏନେଇ କାରଣ ଦର୍ଶାଅ ନୋଟିସ ମାଗିଲା ଗ୍ରୀନ ଟ୍ରିବ୍ୟୁନାଲ । ହାତୀ ଚଲାପଥରେ 6 ଫୁଟ ଉଚ୍ଚରେ ରାସ୍ତା ନିର୍ମାଣ ହେଉଥିବାରୁ ଏହାକୁ ନେଇ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲା ଓଡିଶା ବନ୍ୟ ପ୍ରାଣୀ ସଂଗଠନ । ଯାହାର ଶୁଣାଣି କରି ଟ୍ରିବ୍ୟୁନାଲ ଡିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ ମାଗିଛନ୍ତି ।

ସୂଚନା ଅନୁସାରେ, 2016 ମସିହାରେ ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା 14 ଟି ହାତୀଚଲା ପଥକୁ ନଷ୍ଟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି 14ଟି ହାତୀଚଲା ପଥ ମଧ୍ୟରୁ କେନ୍ଦୁଝରରେ 2ଟି ରହିଛି । କାର-କରମପଦା ଓ ତେଲକୋଇ-ପାଲଲହଡା ହାତୀ ଚଲାପଥ ହୋଇଥିବାରୁ ଏହି ଅଞ୍ଚଳରେ ଗଛକଟା, ଜଙ୍ଗଲନଷ୍ଟ, ରାସ୍ତା ନିର୍ମାଣ ଓ ରେଳପଥ ଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ହେଲେ ଏହାକୁ ଉଲ୍ଲଂଘନ କରି ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଓଡିଶା ବନ୍ୟ ପ୍ରାଣୀ ସଂଗଠନ ପକ୍ଷରୁ ଗ୍ରୀନ ଟ୍ରିବୁନାଲରେ ଆବେଦନ କରାଯାଇଥିଲା । ଯାହାର ଶୁଣାଣି କରି ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି । 2011 ମସିହାରେ ମୋଟ 23 ଟି କରିଡର ଚିହ୍ନଟ କରାଯାଇଥିବାବେଳେ 14 ଟିକୁ ମାନ୍ୟତା ମିଳିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Sep 24, 2020, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.