ETV Bharat / city

ଆବାସ ଯୋଜନାରେ କେଳେଙ୍କାରୀ ଅଭିଯୋଗ, ପଲିଥିନ ତଳେ ବିତୁଛି ଜୀବନ - Awas Yojana in Keonjhar

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକରେ ଆବାସ ଯୋଜନାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଘର ନ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କେନ୍ଦୁଝରରେ ଆବାସ ଯୋଜନାରେ କେଳେଙ୍କାରୀ ଅଭିଯୋଗ

author img

By

Published : Aug 23, 2021, 1:07 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକରେ ଆବାସ ଯୋଜନାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ଥିଲାବାଲା ଲୋକେ ଘର ହାତେଇଥିବା ବେଳେ ଗରିବ ଲୋକେ ଭଙ୍ଗା ଦଦରା ପଲିଥିନ ଘରେ ଦିନ କାଟୁଛନ୍ତି । ବାରମ୍ବାର ଗୁହାରି କରିବା ପରେ ମଧ୍ୟ ସେମାନଙ୍କୁ ଆବାସରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହେଉଛି ।

କେନ୍ଦୁଝରରେ ଆବାସ ଯୋଜନାରେ କେଳେଙ୍କାରୀ ଅଭିଯୋଗ

ଘସିପୁରା ବ୍ଲକ ବାତୋ ପଞ୍ଚାୟତ ଅତା ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ କଚା ଘରେ ରହୁଥିବା ଲୋକ ମାନଙ୍କୁ ପଡିଶା ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ହିତାଧିକାରୀମାନେ ବାରମ୍ବା ଦୌଡ଼ୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ନିର୍ବାଚନ ଆସିଲେ ନେତା ମାନେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହାକୁ ପୂରଣ କରୁନାହାନ୍ତି ।

ଅନ୍ୟପଟେ ସରକାର ଏହି ଗରିବ ଲୋକ ମାନଙ୍କ ପାଇଁ ଆବାସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ,ଏହି ଘସିପୁରା ବ୍ଲକ ଅତା ଗାଁ ରେ ଥିବା ଗରିବ ଲୋକଙ୍କ ଝାଟି ମାଟି ଘରେ ରହୁଛନ୍ତି । ଆବାସ ଯୋଜନା ସତେ ଯେମିତି ବଡ଼ ବଡ଼ିଆଙ୍କ ପାଇଁ ହୋଇଥିବା ପରି ମନେ ହେଉଛି । ତେବେ ଏ ସମ୍ପର୍କରେ ଘସିପୁରା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି ।

ତେବେ ସରକାରଙ୍କ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ଏହି ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବାକୁ ଦାବି ହେଉଛି। କେବେ ଏହି ଗରିବ ଲୋକମାନଙ୍କ ଦୁଃଖ ଶୁଣି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ସରକାର ଯୋଗାଇଦେଉଛନ୍ତି ତାହା ଦେଖିବାକୁ ବାକି ରଖିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.