କଟକ: ଆଜି ହେଉଛି ବିଶ୍ବ ମଧୁମେହ ଦିବସ । ଏହି ରୋଗରୁ କିପରି ମୁକ୍ତି ପାଇବେ ସେନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ।
ମଧୁମେହ ରୋଗ ଦିନକୁ ଦିନ କାୟବିସ୍ତାର କରୁଛି । ସହରାଞ୍ଚଳରେ ୧୦ ରୁ ୧୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୮ ରୁ ୧୦ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କୋରୋନା ସମୟରେ ଏହା ଆହୁରି ଚିନ୍ତା ବଢ଼ାଇଛି । ଖାଦ୍ୟ ଅଭାବରୁ ଆଉ ଚିକିତ୍ସା ଅଭାବରୁ ଏହି ସମସ୍ୟା ଦେଖାଯାଇଛି ।
କମ ବୟସର ପିଲାମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ବ୍ୟାୟାମ ନକରିବା ମଧ୍ୟ ଏହା ଏକ ପ୍ରକାର ସମସ୍ୟା ବୋଲି ଡାକ୍ତର କହିଛନ୍ତି । ସେହିପରି ଫାଷ୍ଟଫୁଡ଼ ଖାଇବା ଏବଂ ମୃଦୁ ପାନୀୟ ସେବନ କରିବା ଦ୍ବାରା କମ ବୟସ ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାଦ୍ବାରା କିପରି ନିଜକୁ ରକ୍ଷା କରିବେ ସେନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ