ETV Bharat / city

ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ ଆରମ୍ଭ; ଦିନକରେ 800 ଟୀକାକରଣ ଲକ୍ଷ୍ୟ

author img

By

Published : May 10, 2021, 12:15 PM IST

କଟକର ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ 45ବର୍ଷରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...

ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ ଆରମ୍ଭ

କଟକ: ଜିଲ୍ଲାରେ କାୟା ମେଲାଇଛି କୋରୋନା । ଏ ନେଇ ଟୀକାକରଣକୁ ବ୍ୟାପକ କରିବାକୁ ଆଜିଠାରୁ କଟକର ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ 45ବର୍ଷରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ପ୍ରଦାନ କରାଯାଉଛି ।

ଷ୍ଟାଡିୟମରେ 8ଟି କାଉଣ୍ଟରରେ ଦିନକୁ 800ଜଣଙ୍କୁ ଟିକା ପ୍ରଦାନ କରାଯାଉଛି । ସମସ୍ତ କୋଭିଡ ନିୟମମାନି ଧାଡିରେ ରହି ଟିକା ନେଉଛନ୍ତି । ପ୍ରଥମ ଡୋଜ ଟିକା ନେବାର 42ଦିନ ହୋଇଯାଇଥିବା ଲୋକଙ୍କୁ ଏହି ଟୀକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି । ଦୁଇଟି ସ୍ଲଟରେ ଟୀକାକରଣ ପ୍ରକ୍ରିୟା ଚାଲିଛି । ପ୍ରଥମଟି ଚାଲିଛି । ଦ୍ବିତୀୟଟି ଅନଲାଇନରେ ହେବ । ବର୍ତ୍ତମାନ ସୁଦ୍ଧା 150ଜଣ ଟିକା ନେଇ ସାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 600 ଓ ଦ୍ବିତୀୟ ପର୍ଯ୍ୟାୟରେ 200ଜଣଙ୍କୁ ଟିକା ଦିଆଯିବ । ଆସନ୍ତାକାଲି ମଧ୍ୟ ଟୀକାକରଣ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାଶ ।

ଟିକାର ଉପଲବ୍ଧ ଓ ଲୋକଙ୍କ ଡିମାଣ୍ଡଙ୍କୁ ଲକ୍ଷ୍ୟ କରି ଆଜିଠୁ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ସକାଳ 6ଟାରୁ ଲୋକଙ୍କ ପାଇଁ ଟୋକନ ବ୍ୟବସ୍ଥା କରଯାଇଛି । ଆଜି 600 ଲୋକଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.