ETV Bharat / city

ଦୁଷ୍ମନ୍ତ ମୃତ୍ୟୁ ମାମଲା: 2 ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ସମନ

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ସମନ ଜାରି କରାଯାଇଛି । ଏକ ଘରୋଇ ୱେବ୍ ପୋର୍ଟାଲର ଦୁଇଜଣ ସାମ୍ବାଦିକଙ୍କୁ ଜେରା ପାଇଁ ସମନ କରିଛି ମଙ୍ଗଳାବାଗ ଥାନା ପୋଲିସ । ଅଧିକ ପଢ଼ନ୍ତୁ...

author img

By

Published : Sep 14, 2021, 4:04 PM IST

ଦୁଷ୍ମନ୍ତ ମୃତ୍ୟୁ ମାମଲା: 2 ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ସମନ
ଦୁଷ୍ମନ୍ତ ମୃତ୍ୟୁ ମାମଲା: 2 ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ସମନ

କଟକ: ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ସମନ ଜାରି କରାଯାଇଛି । ଏକ ଘରୋଇ ୱେବ୍ ପୋର୍ଟାଲର ଦୁଇଜଣ ସାମ୍ବାଦିକଙ୍କୁ ଜେରା ପାଇଁ ସମନ କରିଛି ମଙ୍ଗଳାବାଗ ଥାନା ପୋଲିସ । ଦୁଷ୍ମନ୍ତ ମୃତ୍ୟ ନେଇ ଉଭୟଙ୍କୁ ଜେରା କରିବ ପୋଲିସ ।

ସେପ୍ଟେମ୍ବର 8 ତାରିଖ ଦିନ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଜଗତସିଂହପୁର କୁଜଙ୍ଗବାସୀ ଦୁଷ୍ମନ୍ତ ଦାସଙ୍କ ଦୁର୍ଘଟଣାରେ ଏକ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତେବେ ଏସସିବିରେ ଭୁଲ ଅସ୍ତ୍ରୋପଚାର ଯୋଗୁଁ ତାଙ୍କ ଗୋଡ଼ ସୁସ୍ଥ ହୋଇ ପାରିନଥିଲା । ଚିକିତ୍ସା ପାଇଁ ସେ ନାନା ଗୁହାରି କରିଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ଶେଷରେ ବିଧାନସଭା ସମ୍ମୁଖରେ ଜୀନବ ହାରିବାକୁ ନିଷ୍ପତ୍ତି ନେଇଥିଲେ ଦୁଷ୍ମନ୍ତ। ତେବେ ଏହି ଘଟଣାରେ ଦୁଇ ସାମ୍ବାଦିକଙ୍କ ଭୂମିକା ଜାଣିବାକୁ ଚାହୁଁଛି ପୋଲିସ । ଦୁଇଜଣ ଦୁଷ୍ମନ୍ତଙ୍କ ଖବର ପ୍ରସାରଣ କରି ଆସୁଥିବା ସୂଚନା ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.