ETV Bharat / city

Legends League Cricket, ବାରବାଟୀ ମ୍ୟାଚ୍‌ରେ କମିବ ଟିକେଟ ମୂଲ୍ୟ - ଓଡିଶା କ୍ରିକେଟ ଆସୋସିଏସନ

ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ କ୍ରିକେଟ ଲିଗ ପାଇଁ କମିବ ଟିକେଟ ମୂଲ୍ୟ । ଏ ନେଇ ସୂଚନା ଦେଇଛି ଓଡିଶା କ୍ରିକେଟ ଆସୋସିଏସନ । ଅଧିକ ପଢନ୍ତୁ

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଲିଗ ପାଇଁ କମିବ ଟିକେଟ ମୂଲ୍ୟ

author img

By

Published : Aug 25, 2022, 2:17 PM IST

କଟକ: ଆସନ୍ତା ମାସରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ କ୍ରିକେଟ ଲିଗ ମ୍ୟାଚ୍‌ (Legends League Cricket matches) । ଏହି ମ୍ୟାଚ୍‌ର ଟିକେଟ ଅଫଲାଇନରେ ବିକ୍ରି ପାଇଁ ପ୍ରସ୍ତାବ ଦେଇଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ବିଶେଷ ଭାବରେ ଅନଲାଇନ ଟିକେଟ ବୁକ ହୋଇଥାଏ । କିନ୍ତୁ ଓଡିଶାରେ ରହିଥିବା କ୍ରିକେଟ ପ୍ରେମୀମାନଙ୍କ ପାଇଁ ଅଫଲାଇନ ଟିକେଟ ବିକ୍ରି କରିବା ପାଇଁ ଆୟୋଜନକାରୀ ସଂସ୍ଥାକୁ ଦାବି ଜଣାଇଛି ସଂଘ। ଟିକେଟ ମୂଲ୍ୟ କମ କରିବା ପାଇଁ ମଧ୍ୟ ଆୟୋଜକ କମିଟିକୁ ଜଣାଇଛି ଓସିଏ ।

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଲିଗ ପାଇଁ କମିବ ଟିକେଟ ମୂଲ୍ୟ

ଆସନ୍ତା ସେପ୍ଟେମ୍ବର ୨୭ , ୨୯ ଓ ୩୦ ତାରିଖ ଅନୁଷ୍ଠିତ ହେବ ମ୍ୟାଚ୍‌ । ମ୍ୟାଚ ପାଇଁ ବିଶେଷ ଭାବରେ ଅନଲାଇନ ଟିକେଟ ବୁକ୍‌ ହୋଇଥାଏ । କିନ୍ତୁ ଓଡିଶାରେ ରହିଥିବା କ୍ରିକେଟପ୍ରେମୀମାନଙ୍କ ପାଇଁ ଅଫଲାଇନ ଟିକେଟ ବିକ୍ରି କରିବା ପାଇଁ ଆୟୋଜନକାରୀ ସଂସ୍ଥାକୁ ଦାବି ଜଣାଯାଇଛି । ଏହାସହ ମ୍ୟାଚ ପାଇଁ ଟିକେଟର ମୂଲ୍ୟ କମ କରିବା ପାଇଁ ମଧ୍ୟ ଆୟୋଜକ କମିଟିକୁ ଜଣାଇଛି ଓସିଏ । ବାରବାଟୀରେ ୩ଟି ମ୍ୟାଚ ରହିଥବାରୁ ଦର୍ଶକ କମ୍ ହେବାର ଆଶା ରହିଛି । କିନ୍ତୁ ନିଜର ପସନ୍ଦର କ୍ରିକେଟରଙ୍କୁ ଦେଖିବା ପାଇଁ ନିଶ୍ଚୟ ଦର୍ଶକଙ୍କ ସୁଅ ଛୁଟିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।

ସେପ୍ଟେମ୍ବର ୧୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ୧୦ ଦେଶର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଟିମ୍‌ ଗଠନ ହୋଇଛି । ମୋଟ ୬ଟି ସହରରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଏଥିରେ କଟକ ମଧ୍ୟ ସାମିଲ ରହିଛି । ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଷଷ୍ଠ ଭେନ୍ୟୁ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ ।

ଏହା ବି ପଢନ୍ତୁ...ବାରବାଟୀରେ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ୍‌, ସୂଚନା ଦେଲେ ଓସଏ ସମ୍ପାଦକ

ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ ଖେଳାଯିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଏହା ନିଶ୍ଚିତ ଭାବରେ ଓଡ଼ିଆ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର ଯେ ବାରବାଟୀରେ ମ୍ୟାଚ୍‌ ହେବ । ଏଠାରେ ଏକ ଘରୋଇ ସଂସ୍ଥା ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବ । ଲିଗର ଉଦଘାଟନ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଇଣ୍ଡିଆ ମହାରାଜାସ ଓ ୱାର୍ଲସ ଜ୍ୟାଥସ ମଧ୍ୟରେ ଅନୁଷ୍ଠିତ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.