କଟକ: ଓସିଏ ପକ୍ଷରୁ ଚାଲିଥିବା ଅନ୍ତଃ ଜିଲ୍ଲା ଟି-20 ଓ ଆଗକୁ ହେବାକୁ ଥିବା ଓସିଏଲ କ୍ରିକେଟକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟରେ କୋଭିଡ୍ ଗାଇଡ୍ ଲାଇନ ପାଳନ କରାଯାଉନାହିଁ ।
ଏଥି ସହିତ ଜିଲ୍ଲାସ୍ତରରେ ଖେଳାଳି ଚୟନ ନେଇ ଆପତ୍ତି ଉଠାଇଛନ୍ତି ଆବେଦନକାରୀ । ଅନ୍ୟପକ୍ଷରେ ଆଗକୁ ହେବାକୁ ଥିବା ଓସିଏଲ କ୍ରିକେଟରେ ଏସବୁ ପାଳନ କରିବାକୁ ଆବେଦନକାରୀ ନିବେଦନ କରିଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ଓସିଏ ଓ ଅନ୍ୟ ପ୍ରତିପକ୍ଷଙ୍କୁ ଲିଖିତ ଭାବେ ସମସ୍ତ ବିଷୟ ଜଣାଇବାକୁ ନିର୍ଦେଶ ଦେଇଛନ୍ତି ।
ଭୁବନେଶ୍ୱରର କ୍ରୀଡା ସଂଗଠକ ସୁବ୍ରତ ନନ୍ଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ