କଟକ: ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଗତ ୧୦ ତାରିଖରେ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ନିର୍ଦ୍ଦେଶକୁ 2 ସପ୍ତାହ ବିତିଯାଇଥିଲେ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ରାଜ୍ୟ ସରକାର ।
ବର୍ତ୍ତମାନ ଏହାକୁ ନେଇ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ରୁଜୁ କରାଯାଇଛି । ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ସମସ୍ତ ମନ୍ଦିର ଖୋଲିବା ପାଇଁ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ