କଟକ: ପଞ୍ଜାବର ଗ୍ବାଲିୟରରେ ସଦ୍ୟ ଶେଷ ହୋଇଥିବା ପ୍ରୋ-ପଞ୍ଝା ଲିଗ୍ରେ ଚମକିଲେ ଓଡ଼ିଆ କ୍ରୀଡ଼ାବିତ୍ । ଏହି ସର୍ବ ଭାରତୀୟ ବାହୁ କୁସ୍ତି ଚମ୍ପିୟାନସିପ୍ରେ ଓଡ଼ିଶା ଟିମ୍ ୩ଟି ପଦକ ହାସଲ କରିଛି । ଓଡ଼ିଶାର ୧୮ ଜଣିଆ ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଦମ୍ଦାର କୌଶଳ ପ୍ରଦର୍ଶନ କରି ଏହି ସଫଳତା ସାଉଁଟିଛନ୍ତି ଓଡ଼ିଆ ଖେଳାଳି । ମୋଟ ୭୦୦ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଟିମ୍ ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛି । ପୂର୍ବତନ ଜାତୀୟ ଚମ୍ପିଆନ ଚନ୍ଦନ ବେହେରା ୧୦୦ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ରୁଦ୍ର ନାୟକ ୬୦ କେଜିରେ ରୌପ୍ଯ ପଦକ ଏବଂ ପ୍ରମୋଦ ମୁଖି ୧୦୦ କେଜିରେ କାଂସ୍ୟ ପଦକ ହାସଲ କରିଛନ୍ତି ।
ଆଗାମୀ ଅକ୍ଟୋବର ମାସରେ ଗୋଆରେ ପ୍ରୋ-ପଞ୍ଝା ଲିଗ୍ର ଆଉ ଏକ ରାଉଣ୍ଡ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ଓଡ଼ିଶା ଟିମ୍ ମଧ୍ୟ ଭାଗ ନେବ। ଦଳ ସେଠାରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଖେଳାଳି ଆଶା ରଖିଛନ୍ତି ।
ଇଟିଭି ଭାରତ, କଟକ