କଟକ: ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବାକୁ ଯାଉଛନ୍ତି ୪ ଜଣ ଆଇନଜୀବୀ । ପୂର୍ବରୁ ତାଙ୍କ ନାମକୁ ସୁପାରିଶ କରାଯାଇଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ ଏହାକୁ ମଞ୍ଜୁରୀ ଦେଇଛନ୍ତି । ୨ ଜଣ ଆଇନଜୀବୀ ଓ ୨ ଜଣ ଜୁଡିସିଆଲ ଅଫିସର ହେବେ ନୂଆ ବିଚାରପତି ।
![ଓଡିଶା ହାଇକୋର୍ଟ ଆସିବେ ୪ ନୂଆ ବିଚାରପତି](https://etvbharatimages.akamaized.net/etvbharat/prod-images/img-20210930-wa00011632984092340-64_3009email_1632984104_811.jpg)
ଏହା ବି ପଢନ୍ତୁ: ହାଇକୋର୍ଟ ବିଚାରପତି ବଦଳି; 17 ନାଁ ସୁପାରିଶ, 3 ଆସିବେ ଓଡିଶା
୨ ଜଣ ଆଇନଜୀବୀ ହେଉଛନ୍ତି ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ । ସେହିପରି ୨ ଜୁଡିସିଆଲ ଅଫିସର ହେଉଛନ୍ତି ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ତେବେ ଗତ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ହୋଇକୋର୍ଟରେ ନିଯୁକ୍ତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦିତ କରିଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଜାରି ହୋଇଥିବା ବିବୃତ୍ତିରୁ ଜଣାପଡ଼ିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ