କଟକ: ବିଦ୍ୟୁତ ସେବା ଘରୋଇକରଣକୁ ନେଇ ତେଜୁଛି ଆନ୍ଦୋଳନ । କେଉଁ କାରଣ ପାଇଁ ବିଦ୍ୟୁତ ସେବା ଟାଟାକୁ ହସ୍ତାନ୍ତର କରାଗଲା ତାକୁ ନେଇ ପ୍ରଶ୍ନ କରିଛି ସୋସିଆଲ ୟୁନିଟ ସେଣ୍ଟର ଅଫ ଇଣ୍ଡିଆ ଏସୟୁସିଆଇ ।
ତେବେ ବିଦ୍ୟୁତ ସେବାକୁ ଘରୋଇକରଣ କରି ରାଜ୍ୟବାସୀଙ୍କୁ ଶୋଷଣ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଏସୟୁସିଆଇ ଅଭିଯୋଗ କରିଛି । ଏସୟୁସିଆଇର ଅଭିଯୋଗ ଅନୁଯାୟୀ ଏହା ଲୋକଙ୍କ ହିତ ଉଦ୍ଦେଶ୍ୟରେ ନୁହେଁ, ବରଂ ଲୋକଙ୍କ ଅର୍ଥକୁ ହଡପ କରିବା ଉଦ୍ଦେଶ୍ୟରେ କରାଯାଇଛି । ତେଣୁ ଖୁବଶୀଘ୍ର ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଦାବି କରିଛି ଏସୟୁସିଆଇ । ଯଦି ଏଭଳି ନ ହୁଏ ତେବେ ଆଗାମୀ ଦିନରେ ରାଜ୍ୟରେ ବଡବଡ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛି ଏସୟୁସିଆଇ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ