ETV Bharat / city

ଦୁଷ୍ମନ୍ତଙ୍କୁ ନ୍ୟାୟ ଦାବିରେ ହସ୍ପିଟାଲ ଘେରାଉ କଲା SUCI

author img

By

Published : Sep 10, 2021, 6:12 PM IST

ଦିନକୁ ଦିନ ଚିକିତ୍ସାରେ ଆବ୍ୟବସ୍ଥା ନେଇ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ । ଦୁର୍ଘଟଣାର ଶିକାର ହୋଇ ଦୁଷ୍ମନ୍ତଙ୍କ ଚିକିତ୍ସାରେ ଅବହେଳା ସହ ତାଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଦାବି କରିଛି SUCI । ଅଧିକ ପଢନ୍ତୁ...

ଦୁଷ୍ମନ୍ତଙ୍କୁ ନ୍ୟାୟ ମିଳିବା ଦାବିରେ ହସ୍ପିଟାଲ ଘେରାଉ କଲା ଏସୟୁସିଆଇ

କଟକ: ଜଗତସିଂପୁରର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ । ଆଜି (ଶୁକ୍ରବାର) ଏହି ପ୍ରସଙ୍ଗକୁ ଢାଲ କରି ରାସ୍ତା ଓହ୍ଲାଇଛି ଏସୟୁସିଆଇ(SUCI) କମ୍ୟୁନିଷ୍ଟ । ତେବେ ଏସୟୁସିଆଇର ନେତା ତଥା କର୍ମୀମାନେ SCB ମେଡ଼ିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମଗ୍ର ଘଟଣା ପାଇଁ ଏସସିବି(SCB) ମେଡ଼ିକାଲର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ।

ଏନେଇ ଏସୟୁସିଆଇର ନେତା ଖଗେଶ୍ଵର ସେଠୀଙ୍କ ସୂଚନାନୁସାରେ ରାଜ୍ୟ ସରକାର ସର୍ବ ପ୍ରଥମେ ଏସସିବି ମେଡ଼ିକାଲର ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣନ୍ତୁ । ଆଉ ଏଠାରେ ଥିବା ବିଭିନ୍ନ ପଦ ପଦବୀ ତଥା ଡାକ୍ତର ପଦବୀ ପୂରଣ କରନ୍ତୁ ଏବଂ ଚିକିତ୍ସା ପାଇଁ ଆସୁଥିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରନ୍ତୁ ।

ସେପଟେ ଏସସିବି(SCB)କୁ ଏମସ୍ ପ୍ଲସ ହସ୍ପିଟାଲରେ ପରିଣତ କରିବା ନେଇ ସରକାରଙ୍କ ଘୋଷଣା କେବଳ ଏକ ଧୂଆଁବାଣ । ତେଣୁ ମେଡିକାଲରେ ରୋଗୀ ଚିକିତ୍ସା ସେବା କ୍ଷେତ୍ରରେ ଅଧିକ ବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛି SUCI ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.