ETV Bharat / city

ନକଲି କୋରୋନା ଔଷଧ ଜବତ ଘଟଣା: ପ୍ରତିକ୍ରିୟା ରଖିଲା ରାଜ୍ୟ ଔଷଧ ବିକ୍ରେତା ସଂଘ - ରାଜ୍ୟ ଔଷଧ ବିକ୍ରେତା ସଙ୍ଘ

କଟକ କନିକା ଛକ ମେଡ଼ିସିନ ହୋଲସେଲର ଗୋଦାମରୁ ନକଲି କୋରୋନା ଔଷଧ ଜବତ ଘଟଣା । ସମ୍ପୃକ୍ତ ବ୍ୟକ୍ତିଙ୍କ ଫାର୍ମ ଲାଇସେନ୍ସ ରଦ୍ଦ କରିବା ସହିତ କଳା ତାଲିକା ଭୁକ୍ତ କରିବା ପାଇଁ ଦାବି କଲା ଔଷଧ ବିକ୍ରେତା ସଙ୍ଘ । ଅଧିକ ପଢନ୍ତୁ...

ନକଲି କୋରୋନା ଔଷଧ ଜବତ ଘଟଣାରେ ରାଜ୍ୟ ଔଷଧ ବିକ୍ରେତା ସଙ୍ଘର ପ୍ରତିକ୍ରିୟା

author img

By

Published : Jun 12, 2021, 1:27 PM IST

Updated : Jun 12, 2021, 8:34 PM IST

କଟକ: ସହରରୁ ନକଲି କୋରୋନା ଔଷଧ ଜବତ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲା ରାଜ୍ୟ ଔଷଧ ବିକ୍ରେତା ସଙ୍ଘ । ସମ୍ପୃକ୍ତ ବ୍ୟକ୍ତି ବିକିଥିବା ସମସ୍ତ ନକଲି ଔଷଧକୁ ଚିହ୍ନଟ କରି ଫେରାଇବା ପାଇଁ ସଙ୍ଘ ଦେଲା ନିର୍ଦ୍ଦେଶ । ଏହି ସମ୍ପର୍କିତ ବିବରଣୀ ଡ୍ରଗ ବିଭାଗକୁ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଏଥିସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଫାର୍ମ ଲାଇସେନ୍ସ ରଦ୍ଦ କରିବା ସହିତ କଳା ତାଲିକା ଭୁକ୍ତ କରିବା ପାଇଁ ଦାବି କରିଛି ରାଜ୍ୟ ଔଷଧ ବିକ୍ରେତା ସଙ୍ଘ ।

ନକଲି କୋରୋନା ଔଷଧ ଜବତ ଘଟଣାରେ ରାଜ୍ୟ ଔଷଧ ବିକ୍ରେତା ସଙ୍ଘର ପ୍ରତିକ୍ରିୟା

ସୂଚନାଯୋଗ୍ୟ, କଟକ କନିକା ଛକରେ ଥିବା ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାର୍ଟମେଣ୍ଟର ଚଢ଼ାଉ କରି ପାଖାପାଖି 70 ଲକ୍ଷ ଟଙ୍କାର ଟଙ୍କାର ନକଲି କୋରୋନା ଔଷଧ ଜବତ । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିବା ସୂଚନା ମିଳିଛି ।

ନକଲି କୋରୋନା ଔଷଧ ଜବତ ଘଟଣା: ପ୍ରତିକ୍ରିୟା ରଖିଲା ରାଜ୍ୟ ଔଷଧ ବିକ୍ରେତା ସଂଘ

ଅନ୍ୟପଟେ ନକଲି କୋରୋନା ଔଷଧ କାରବାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଔଷଧ ବ୍ୟବସାୟୀ ମାଲିକ ଶିବ ପ୍ରସାଦ ଜେନା । ନକଲି ଔଷଧ କଥାକୁ ଏଡାଇଲେ ଶିବ । ସବୁ କିଛି ବିଲରେ କାରବାର ହୋଇଛି । ମୁଁ କିଣିଥିବା ଫାବିପିରାଭିର ଓଡ଼ିଶାରେ କୌଣସି ଜାଗାରେ ସପ୍ଲାଏ କରିନାହିଁ । ୪ରୁ ୫ଟି ମେଡିସିନ ରାଜ୍ୟର କିଛି ଟା ସ୍ଥାନକୁ ପଠାଇଛି । ସେ ସମସ୍ତ ମେଡ଼ିସିନକୁ ଫେରିବା ପାଇଁ ସେମାନଙ୍କୁ କୁହାଯାଇଛି ।

ଫାବିପିରାଭିର ମେଡିସିନ ଓଡିଶାରେ ବିକ୍ରି କରାଯାଇନାହିଁ । କେବଳ ଗ୍ବାଲିୟରକୁ ବିକ୍ରି କରାଯାଇଛି । ଅକ୍ଟୋବର ମାସରୁ କୋରୋନାର ଅନ୍ୟ ମେଡିସିନ ଆଣି କଟକ ରେ ବିକ୍ରି କରୁଥିଲେ । ତେବେ କେତେ ପରିମାଣର ମେଡ଼ିସିନ ବିକ୍ରୟ କରିଥିଲେ ସେନେଇ କିନ୍ତୁ ମୁହଁ ଖୋଲିନାହାନ୍ତି ଶିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 12, 2021, 8:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.