ETV Bharat / city

ବଡଓଷାରେ ବାବା ଧବଳେଶ୍ବରଙ୍କ ବଡସିଂହାର ବେଶ, ଭକ୍ତଙ୍କ ସମାଗମ - କଟକ ଖବର

12 ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । କାର୍ତ୍ତିକ ମାସକୁ ଯପ ତପ ଧ୍ୟାନରେ କାଟିଲେ ମିଳିଥାଏ କୋଟି ପୁଣ୍ୟ । ଏହି ମାସରେ ପଞ୍ଚୁକ ବ୍ରତ ରଖିଥାଏ ବିଶେଷ ମହତ୍ତ୍ବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Nov 10, 2019, 5:43 PM IST

Updated : Nov 10, 2019, 7:51 PM IST

କଟକ: ବାର ମାସରେ ତେର ପର୍ବ । ଆଉ ସେହି 12 ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଯାହାକୁ ପବିତ୍ର ମାସ ମଧ୍ୟ କୁହାଯାଇଥାଏ । ଏହି ମାସରେ ପଞ୍ଚୁକ ବ୍ରତ ରଖିଥାଏ ବିଶେଷ ମହତ୍ବ । କାରଣ ଏହି ପାଞ୍ଚ ଦିନରେ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରି ଅପାର ସାନ୍ନିଧ୍ୟ ଲାଭ କରିଥାଏ । ତେବେ ଏହି ପରିପ୍ରେକ୍ଷୀରେ ଆଜି ବାବା ଧବଳେଶ୍ଵରଙ୍କ ପୀଠରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ବାବାଙ୍କର ଟିକିଏ ଦର୍ଶନ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟିଥିଲା ଭକ୍ତଙ୍କ ସୁଅ । ସେପଟେ ଆଜି ଧବଳେଶ୍ବର ପୀଠରେ ଲାଗି ହୋଇଛି ଗଜ ଭୋଗ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ପଞ୍ଚୁକର ତୃତୀୟ ଦିନ । ଯାହା ବଡ଼ ଓଷା ନାମରେ ନାମିତ । ଏହି ବଡ଼ ଓଷା ପରିପ୍ରେକ୍ଷୀରେ ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଏହି ଅପୂର୍ବ ଦୃଶ୍ୟ ପାଇଁ ମନ୍ଦିର ପରିସର ଲାଗିଥିଲା ଶହ ଶହ ଭକ୍ତଙ୍କ ଭିଡ଼ । ଭକ୍ତଙ୍କ କହିବାନୁସାରେ ଆଜିର ଏହି ଅପୂର୍ବ ବେଶ କୁ ଯିଏ ବି ଦର୍ଶନ କରେ ତାହାର ଶହେ ଜନ୍ମର ପାପ ଖଣ୍ଡନ ହୋଇଥାଏ ।

ମଧ୍ୟ ରାତ୍ରିରୁ ବାବାଙ୍କ ସମସ୍ତ ରୀତିନୀତିରେ ପୂଜା ଆରମ୍ଭ ହୋଇଥିଲା । ଧିରେ ଧିରେ ଧବଳେଶ୍ବର ପୀଠରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ସେପଟେ ଆଜି ପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଗଜ ଭୋଗ । ଏହି ଭୋଗର ସ୍ବତନ୍ତ୍ରତା ପାଇଁ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଭିଡକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭକ୍ତଙ୍କ ଆସିବା ଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗରେ ନଜର ରଖିଛି ପୋଲିସ । ଏହାସହିତ ୱାନ ୱେ ଟ୍ରାଫିକର ମଧ୍ୟ ଆୟୋଜନ ହୋଇଛି । ଯଦ୍ବାରା ଭିଡ଼କୁ ଆୟତ୍ତ କରିବାରେ ସଫଳ ହୋଇଛି ପୋଲିସ ।

ତେବେ କୁହାଯାଏ ବାବାଙ୍କୁ ଆଜିର ଦିନରେ ଯିଏ ଦର୍ଶନ କରେ ତାହାର ସମସ୍ତ ମାନସିକ ପୂର୍ଣ୍ଣ ହେବା ସହ ସମସ୍ତ ପାପର ମଧ୍ୟ ଖଣ୍ଡନ ହୋଇଥାଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ହିନ୍ଦୁ ଧର୍ମ ର ପ୍ରମୁଖ ମାସ ହେଉଛି କାର୍ତ୍ତିକ ମାସ । ଯାହାକୁ ପବିତ୍ର ମାସ ମଧ୍ୟ କୁହାଯାଇଥାଏ । ଏହି ମାସ ରେ ପଞ୍ଚୁକ ବ୍ରତ ରଖିଥାଏ ବିଶେଷ ମହତ୍ୱ । କାରଣ ଏହି ପାଞ୍ଚ ଦିନରେ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରଭୁଙ୍କ ଙ୍କ ଦର୍ଶନ ଅପାର ସାନିଧ୍ୟ ଲାଭ କରିଥାନ୍ତି । ତେବେ ଏହି ପରିପ୍ରେକ୍ଷୀ ରେ ଆଜି ବାବା ଧବଳେଶ୍ଵର ଙ୍କ ପୀଠ ରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ । ବାବାଙ୍କ ଟିକେ ଦର୍ଶନ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଛୁଟିଥିଲା ଭକ୍ତଙ୍କ ସୁଅ ।

Body:ଭିଓ୧: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ର ତୃତୀୟ ଦିନ । ଯାହା ବଡ଼ ଉଷା ନାମରେ ନାମିତ । ଏହି ବଡ଼ ଉଷା ପରିପ୍ରେକ୍ଷୀ ରେ ବଡ଼ ସିଂଘାର ବେଶରେ ଭକ୍ତଂକୁ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର ।ଯାହାକୁ ଦେଖିବା ପାଇଁ ମନ୍ଦିର ପରିସର ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ତେବେ ମଧ୍ୟ ରାତିରୁ ବାବା ଙ୍କ ସମସ୍ତ ପୂଜା ଆରମ୍ଭ ହୋଇଥିଲା । ସମସ୍ତ ରୀତିନୀତି ରେ ପ୍ରଭୁ ଙ୍କୁ ପୂଜା କରିବା ପରେ ଵର୍ତମାନ ଭକ୍ତ ମାନେ ଦର୍ଶନ ଜାରି ରଖିଛନ୍ତି । ଭକ୍ତଙ୍କ କହିବାନୁସାରେ ଆଜି ର ଏହି ଅପୂର୍ବ ବେଶ କୁ ଯିଏ ବି ଦର୍ଶନ କରେ ତାହାର ଶହେ ଜନ୍ମ ର ପାପ ଖଣ୍ଡନ ହୋଇଥାଏ ।

ବାଇଟ: ଅଜୟ କୁମାର ପାତ୍ର( ମୁଖ୍ୟ ସେବାୟତ )
ବାଇଟ: ସ୍ୱପ୍ନା ପରମିତା ( ଭକ୍ତ)
ବାଇଟ: ସୌମ୍ୟରଂଜନ ପତି( ଭକ୍ତ)

ଭିଓ୨: ଅନ୍ୟପଟେ ଏହି ଭିଡ଼ କୁ ଅଖି ଆଗରେ ଗ୍ରାମଞ୍ଚଳ ପୋଲିସ ପକ୍ଷରୁ ମୁତୟନ କରାଯାଇଛି 20 ପ୍ଲାଟୁନ ଫୋର୍ସ । ଭକ୍ତ ଙ୍କ ଆସିବା ଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗରେ ନଜର ରଖିଛି ପୋଲିସ । ଏହାସହିତ ୱାନ ୱେ ଟ୍ରାଫିକ ର ମଧ୍ୟ ଆୟୋଜନ ହୋଇଛି । ଯାହାଦ୍ୱାରା ଭିଡ଼ କୁ ମଧ୍ୟ ଆୟତ କରିବା ରେ ସଫଳ ହେଉଛି ପୋଲିସ ।

ବାଇଟ: ପିକେ ଜେନା( ଆଡ଼ିସନାଲ ଏସପି କଟକ)

Conclusion:ଫାଭିଓ: ତେବେ କୁହାଯାଏ ବାବାଙ୍କୁ ଆଜିର ଦିନରେ ଯିଏ ଦର୍ଶନ କରେ ତାହାର ସମସ୍ତ ମାନସିକ ପୂର୍ଣ ହେବା ସହ ସମସ୍ତ ପାପ ର ମଧ୍ୟ ଖଣ୍ଡନ ହୋଇଥାଏ । ତେବେ କୌଣସି ଭକ୍ତ ଏହି ଦିବ୍ୟ ଦର୍ଶନ ରୁ ବଞ୍ଚିତ ହେବାକୁ ଚାହିଁବେନି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

Last Updated : Nov 10, 2019, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.