ETV Bharat / city

ଜମି ହଡପ କରିବାକୁ ହୋଇଛି ସାଂଘାତିକ ଷଡଯନ୍ତ୍ର ! - ଆସମାକ୍ସ କମ୍ପାନୀ

ଜମି ହାତେଇବାକୁ ହୋଇଛି ଅନୈତିକ ଷଡଯନ୍ତ୍ର । ଯଦ୍ବାରା ଫେରି ପାରୁନାହାନ୍ତି ନେପାଳରୁ ଯୁବକ ।

ଫଟୋ ସୌଜନ୍ୟ: ସମ୍ବାଦଦାଚା, କଟକ
author img

By

Published : Aug 20, 2019, 5:28 AM IST

କଟକ: ପୁଅକୁ ବନ୍ଧାରଖି ଜମି ହଡପ କରିବାର ଷଡଯନ୍ତ୍ର ହୋଇଥିବାର ଆସିଛି ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରୁ । ଜମି ହଡପର ଅଭିଯୋଗ ଆସିଛି ନିଶ୍ଚିନ୍ତକୋଇଲି ସ୍ଥିତ ଆସମାକ୍ସ କମ୍ପାନୀର ମାଲିକ ଡଃ ଦେବ ମହାନ୍ତିଙ୍କ ବିରୁଦ୍ଧରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାଚା, କଟକ

ଘଟଣା ଅନୁସାରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଅକ୍ଷୟ ବେହେରା ନାମକ ଜଣେ ଯୁବକ ନେପାଳରେ ଥିବା ଆସମାକ୍ସ କମ୍ପାନୀର ଏକ ଶାଖାରେ ଆକାଉଣ୍ଟାଟ ଭାବେ କାମ କରନ୍ତି । କିନ୍ତୁ ଏବେ ଅକ୍ଷୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛିଦିନ ତଳେ ଅକ୍ଷୟ ଘରକୁ ଆସିଥିଲେ । ଛୁଟି ସାରି ଫେରିବାର କିଛିଦିନ ପରେ କମ୍ପାନୀର ନେପାଳ ଶାଖାରୁ ଅକ୍ଷୟଙ୍କ ପରିବାରକୁ ଫୋନ ଆସିଲା, କୁହାଗଲା ତୁମ ପୁଅ କମ୍ପାନୀରୁ 50ଲକ୍ଷ ଟଙ୍କା ଅନିୟମିତତା କରି ନେଇଛନ୍ତି । ତେଣୁ ତୁମେ ଟଙ୍କା ତୁରନ୍ତ ଫେରାଅ । ଏହି ଖବର ଶୁଣି ପରିବାରରେ ଚଡକ ପଡିଲା । ପୁଅ ଅକ୍ଷୟ ସହ କୌଣସି ଯୋଗାଯୋଗ ମଧ୍ୟ ହେଲା ନାହିଁ । ତାର କିଛିଦିନ ପରେ କମ୍ପାନୀର କିଛି କର୍ମଚାରୀ ଅକ୍ଷୟଙ୍କର ନିଶ୍ଚିନ୍ତକୋଇଲି ଘରକୁ ଆସି ଟଙ୍କା ଦେବାକୁ କହିଥିଲେ । ନଚେତ ଚେକ ଦିଅନ୍ତୁ କିମ୍ବା ଜମି ଦିଅନ୍ତୁ ବୋଲି ଦାବି କରିଥିଲେ ।

ଏହାକୁ ନେଇ ଅକ୍ଷୟଙ୍କ ଦାଦା ଓ ମା ପ୍ରେମଲତା ବେହେରା ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ଅକ୍ଷୟଙ୍କ ଦାଦାଙ୍କ ଅଭିଯୋଗ ଅନୁସାରେ ଡଃ ଦେବ ମହାନ୍ତିଙ୍କ ମାଲିକାନାରେ ନିଶ୍ଚିନ୍ତକୋଇଲିରେ ଥିବା ଆସମାକ୍ସ କମ୍ପାନୀର ପାର୍ଶ୍ବରେ ଅକ୍ଷୟଙ୍କ ପରିବାରର 20ଗୁଣ୍ଠ ଜମି ଅଛି । ସେହି ଜମିକୁ ହାତେଇବା ପାଇଁ ଦେବ ମହାନ୍ତି ଓ ତାଙ୍କ କମ୍ପାନୀ ଏଭଳି କାର୍ଯ୍ୟ କରିଛି ବୋଲି ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ପୁଅଙ୍କର ପାସପୋର୍ଟ ଓ ଭିସା ସେମାନେ ଛଡାଇ ରଖିଛନ୍ତି ।

ଏହି ଜମିକୁ ହାତେଇବା ପାଇଁ ଏଭଳି ଷଡଯନ୍ତ୍ର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ତାଙ୍କ ପୁଅକୁ ଫେରାଇ ଦେବାପାଇଁ ସେମାନେ ଦାବି ପୋଲିସ କୁ ଅନୁରୋଧ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନିଶ୍ଚିନ୍ତକୋଇଲି ସ୍ଥିତ ଆସମାକ୍ସ କମ୍ପାନୀ ର ମାଲିକ ଡଃ ଦେବ ମହାନ୍ତି ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ।ଆସମାକ୍ସ ଆଟିଆଇ ନିକଟସ୍ଥ ମୂଲ୍ୟବାନ ଜମି କୁ ନିଜ ହେପାଜତକୁ ନେବା ପାଇଁ ଜମି ମାଲିକ ର ପୁଅ କୁ ନେପାଳ ଆସମାକ୍ସ କମ୍ପାନୀ ରେ ଅଟକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ନିଶ୍ଚିନ୍ତକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ନେପାଳ ରେ ଅଟକ ଥିବା କର୍ମଚାରୀ ଅକ୍ଷୟ ବେହେରାଙ୍କ ମା' ପ୍ରେମଲତା ବେହେରା। ପୁଅ କୁ ନେପାଳରେ ରଖି ନିର୍ଯାତନା ଦିଆଯାଉଛି।ପୁଅ ବିରୋଧରେ ଯେଉଁ ଅଭିଯୋଗ ଆସିଛି,ତାହା ସମ୍ପୂର୍ଣ ଭିତ୍ତିହିନ।ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କମ୍ପାନୀ ମାଲିକ କାହିଁକି ଜମି ନେବାକୁ କହୁଛି? ଏଭଳି ଅଭିଯୋଗ କରିଛନ୍ତି ଅକ୍ଷୟ ଙ୍କ ଦାଦା। କେଵଳ ସେତିକି ନୁହେଁ ଅକ୍ଷୟ ଙ୍କ ଭିସା ଓ ପାସପୋର୍ଟ ଛଡାଇ ନେଇ ଘରକୁ ଛାଡୁ ନ ଥିବା ମଧ୍ୟ ଅଭିଯୋଗ ହୋଇଛି ।ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର , ମୂଲ୍ୟବାନ ଜମିକୁ ହାତେଇ ନେବା ପାଇଁ କମ୍ପାନୀ ମାଲିକ ଏଭଳି ଷଢ଼ଯନ୍ତ୍ର କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଶ୍ଚିତକୋଇଲି ଥାନା ଅଧିକାରୀ କହିଛନ୍ତି।

ବାଇଟ - ପ୍ରେମଳତା ବେହେରା ( ଅକ୍ଷୟ ର ମାଆ
ବାଇଟ - ବୈଜୟନ୍ତ କୁମାର ବେହେରା (ଅକ୍ଷୟ ଙ୍କ ଦାଦା)
ବାଇଟ - ସୁଧାଂଶୁ ପରିଡା,ଆଇଆଇସି,ନିଶ୍ଚିତକୋଇଲି ଥାନା।
Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.