ETV Bharat / city

୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ, ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ - ହାଇକୋର୍ଟ ଖବର

ସ୍କୁଲ ମିଶ୍ରଣ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଏନେଇ ଦାୟର ମାମଲାର ଶୁଣାଣି କରି ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

school merge issue highcourt stay govt notification
୨୦ ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ
author img

By

Published : May 4, 2021, 5:00 PM IST

କଟକ: ସ୍କୁଲ ମିଶ୍ରଣ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଏନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ଗଣଶିକ୍ଷା ବିଭାଗର ବିଜ୍ଞପ୍ତିକୁ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ରଦ୍ଦ କରିଛନ୍ତି ।

୨୦ ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ

ରାଜ୍ୟରେ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପିତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ କରିଛନ୍ତି ହାଇକୋର୍ଟ । 20 ଜଣରୁ କମ ଛାତ୍ରଛାତ୍ରୀ ପାଠ ପଢୁଥିବା ସ୍କୁଲଗୁଡ଼ିକୁ ବନ୍ଦ କରି ତାହାକୁ ନିକଟସ୍ଥ ସ୍କୁଲ ସହିତ ମିଶ୍ରଣ କରାଯିବ ଏବଂ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତରିତ କରିବା ପାଇଁ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା । ଗତବର୍ଷ ମାର୍ଚ୍ଚ 11 ତାରିଖ ଦିନ ଜାରି ହୋଇଥିବା ଏହି ବିଜ୍ଞପ୍ତି ନିଶୁଳ୍କ ଓ ବାଧ୍ୟତା ମୁଳକ ଶିକ୍ଷା ଅଧିକାର ଆଇନ ସହିତ ସମ୍ବିଧାନର ବିରୋଧାଚରଣ କରୁଥିବା ଦର୍ଶାଇ କରି ବିଭିନ୍ନ ଅଭିଭାବକ ସଂଘ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବଂ ଏହି ମାମଲର ଶୁଣାଣି କରି କୋର୍ଟ ପୂର୍ବରୁ ଏହି ବିଜ୍ଞପ୍ତି ଉପରେ ରହିତା ଦେଶ ଜାରି କରିଥିଲେ ।

ତେବେ ଏହାର ପୂର୍ଣ୍ଣାଙ୍ଗ ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଯଦି ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷାନିତିକୁ ଦାୟୀ କରିଥିଲେ । କୋର୍ଟ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗାଇ ନ ଦେଇ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବାରୁ ସ୍କୁଲଗୁଡ଼ିକର ମିଶ୍ରଣ କରିବାକୁ ଅବୈଧ ବୋଲି ଟିପ୍ପଣୀ ଦେଇଥିଲେ କୋର୍ଟ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.