କଟକ: କୋରୋନା ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏସସିବି ସହିତ ସିଏମ୍ସି ଓ ସରକାରୀ ମେଡିକାଲ୍ରେ କୋରୋନା ପାଇଁ ରହିବ ସ୍ଵତନ୍ତ୍ର ବେଡ୍ ବ୍ୟବସ୍ଥା ।
କଟକ ଜିଲ୍ଲାରେ ୨ ହଜାର ବେଡ ପ୍ରସ୍ତୁତି କରାଯାଉଛି । ଏସସିବି ମେଡିକାଲକୁ ନୋଡାଲ ସେଣ୍ଟର୍ ଭାବେ ଚିହ୍ନଟ କରାଯିବ । ଏସସିବିରେ ୫ ଶହ ବେଡ ବ୍ୟବସ୍ଥା କରାଯାଉଥିବା ବେଳେ ୭ ଶହକୁ ବୃଦ୍ଧି କରାଯିବ ।
ଏନେଇ ଏସସିବିର ନର୍ସିଂ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ବେସରକାରୀ ମେଡିକାଲରେ ମଧ୍ୟ ୪୦ ପ୍ରତିଶତ ବେଡ ମହଜୁଦ ରଖିବା ପାଇଁ ନିଷ୍ପତି ରହିଥିବା କଥା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ