କଟକ: Covid-19 ସଂକ୍ରମଣ ର ପ୍ରତିହିତ ଏବଂ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତାର ସହ ଯଥାର୍ଥ ପଦକ୍ଷେପ ନେବା ସହିତ ସବୁ ଜିଲ୍ଲାରେ ଚିକିତ୍ସା ସେବାକୁ ଗୁରୁତର ଦେଇ କାର୍ଯ୍ୟ କରୁଛନ୍ତି । ଏହି ପ୍ରରିପେକ୍ଷୀରେ ଆଜି କଟକର ଅଶ୍ବିନୀ ହସ୍ପିଟାଲ ଟ୍ରମା ସେଣ୍ଟେରଠାରେ covid ସଂକ୍ରମଣର ପ୍ରତିହିତ ନିମନ୍ତେ covid ହସ୍ପିଟାଲ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ, କ୍ବାରେଣ୍ଟାଇନ ସେବା ସହିତ ଆଇସିୟୁର ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
![quarantine-bed-aswini-hospital](https://etvbharatimages.akamaized.net/etvbharat/prod-images/od-ctc-narayan-quarantinebedaswinihospital-7204486_31032020213220_3103f_1585670540_28.jpg)
ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଓଡିଶା ଖଣି ନିଗମ ତରଫରୁ କାର୍ଯ୍ୟକାରୀ ନିର୍ଦ୍ଦେଶକ ପି. ଅନବେଶା ରେଡ୍ଡୀ ଏବଂ ଅଶ୍ବିନୀ ଟ୍ରମା ହସ୍ପିଟାଲର ନିର୍ଦ୍ଦେଶକ ଡ଼ ସୁବ୍ରତ ଜେନା ଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ହୋଇଛି ।
![quarantine-bed-aswini-hospital](https://etvbharatimages.akamaized.net/etvbharat/prod-images/od-ctc-narayan-quarantinebedaswinihospital-7204486_31032020213220_3103f_1585670540_605.jpg)
ସୂଚନାଯୋଗ୍ୟ ଗତ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରୀଷ୍ଣନ,ପୂର୍ତ୍ତ ବିଭାଗ ସଚିବ ଡ. କ୍ରିଷନ କୁମାର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବରିଷ୍ଠ ଅଧିକାରୀଙ୍କ ସହିତ ଅଶ୍ବିନୀ ହସ୍ପିଟାଲ ଭ୍ରମଣ କରି covid ଚିକିତ୍ସାକେନ୍ଦ୍ର କରାଯିବା ଏବଂ ଏହାର ଅଗ୍ରଗତି ପାଇଁ ସମୀକ୍ଷା କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ