ETV Bharat / city

ଆପତ୍ତି ପରେ ଚେତିଲା ପ୍ରଶାସନ, ଗୋପବନ୍ଧୁ ଦାଶଙ୍କ ଚିତ୍ର ସମ୍ମୁଖରୁ ହଟିଲା ଟିଭି ଚ୍ୟାନେଲ୍‌ ପୋଷ୍ଟର

author img

By

Published : Sep 13, 2022, 10:57 PM IST

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଚିତ୍ର ସମ୍ମୁଖରୁ ହଟିଲା ଘରୋଇ ଟିଭି ଚ୍ୟାନେଲ୍‌ର ପୋଷ୍ଟର(poster removed from Utkalmani Gopabandhu Das ) । କଟକ ଲିଙ୍କ୍‌ ରୋଡ୍‌ରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅସମ୍ମାନ କରାଯାଇଥିଲା । ଅଧିକ ପଢ଼ନ୍ତୁ

private TV channel poster removed from Pandit Utkalmani Gopabandhu Das in Cuttack
ଉଠିଲା ଆପତ୍ତି, ଗୋପବନ୍ଧୁ ଦାଶଙ୍କ ଚିତ୍ର ସମ୍ମୁଖରୁ ହଟିଲା ଟିଭି ଚ୍ୟାନେଲ୍‌ ପୋଷ୍ଟର

ଭୁବନେଶ୍ବର: ଚେତିଲା କଟକ ପ୍ରଶାସନ । ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଚିତ୍ର ସମ୍ମୁଖରୁ ହଟିଲା ଘରୋଇ ଟିଭି ଚ୍ୟାନେଲ୍‌ର ପୋଷ୍ଟର (poster removed from in front of Utkalmani Gopabandhu Das picture ) । କଟକ ଲିଙ୍କ୍‌ ରୋଡ୍‌ରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅସମ୍ମାନ କରାଯାଇଥିଲା । ଓଭରବ୍ରିଜ୍‌ ତଳେ ମହାପୁରୁଷଙ୍କ ବଡ଼ ଚିତ୍ର ଅଙ୍କା ଯାଇଥିବା ବେଳେ ଏହାରି ସମ୍ମୁଖରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ବଡ଼ ପୋଷ୍ଟର ମରା ଯାଇଥିଲା । ଏହାକୁ ନେଇ ଗୋପବନ୍ଧୁଙ୍କ ଅଣନାତୁଣୀ ଉଦବେଗ ପ୍ରକାଶ କରିଥିଲେ । ଏହାକୁ ନେଇ ଇଟିଭି ଭାରତରେ ଖବର ପ୍ରକାଶ ପାଇବା ପରେ ଆଜି ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଚିତ୍ର ସମ୍ମୁଖରୁ ହଟିଛି ଘରୋଇ ଟିଭି ଚ୍ୟାନେଲ୍‌ର ପୋଷ୍ଟର ।

କିଭଳି ମହାପୁରୁଷମାନଙ୍କୁ ଅସମ୍ନାନ ଏବଂ ଅବହେଳା କରାଯାଉଛି ତାର ନଗ୍ନ ଉଦାହରଣ ଫଟୋରେ ଜଳଜଳ ଦୃଶ୍ୟମାନ ହେଉଥିଲା । ଓଭରବ୍ରିଜ ତଳେ ମହାପୁରୁଷଙ୍କ ବଡ଼ ବଡ଼ ଚିତ୍ର ଅଙ୍କା ଯାଇଛି । ହେଲେ ଏହାକୁ ସମ୍ମାନକ ଦେବାକୁ ସଭିଁଏ ଭୁଲିଯାଇଛନ୍ତି । ଆଉ ସରକାର ମଧ୍ୟ ଚିତ୍ର ଆଙ୍କି କାମ ଶେଷ କରିଦେଉଛନ୍ତି । ଏଭଳି ଏକ ଫଟୋରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅଣଦେଖା କରାଯାଇଥିବା ଦେଖାଯାଉଥିଲା ।

ଏହା ବି ପଢ଼ନ୍ତୁ ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ

ଉତ୍କଳର ମଉଡମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଅପମାନ କରାଯାଇଥିଲା । କୋଟି କୋଟି ଓଡିଆଙ୍କ ଗୌରବଙ୍କୁ ଖୁଲମଖୁଲା ଅବମାନନା କରାଯାଇଥିାଲ । ଆଇନ କାନୁନକୁ ଫୁ କରି ଗୋପନ୍ଧୁଙ୍କ ଚିତ୍ର ଆଗରେ ଲାଗିଥିଲା ଘରୋଇ ଟିଭି ଚ୍ୟାନେଲର ପୋଷ୍ଟର (poster In front of Pandit Utkalmani Gopabandhu Das) । ସିଲ୍‌ଭର୍‌ ସିଟି କଟକର ଲିଙ୍କ୍ ରୋଡ ଓଭରବ୍ରିଜ ତଳେ ଏପରି ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଏ ଘଟଣାକୁ ଗୁରୁତ୍ବର ସହ ନେଇ ଉଦବେଗ ପ୍ରକାଶ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଅଣନାତୁଣୀ ଜୟଶ୍ରୀ ମହାପାତ୍ର ।

ସୋସିଆଲ୍ ମିଡିଆ ଟ୍ବିଟରରେ ଏକ ଫଟୋ ସେୟାର କରି ଗଭୀର ଉଦବେଗ ପ୍ରକାଶ କରିଥିଲେ ଜୟଶ୍ରୀ । ଆଉ ଏହା ଉପର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଆଉ ଜୟଶ୍ରୀଙ୍କ ଏହି ଟ୍ବିଟ୍ ପରେ ଅନେକ ସାମାଜିକ କର୍ମୀ ଏନେଇ ଦୁଃଖ ପ୍ରକାଶ କରିବା ସହିତ ରିଟ୍ବିଟ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହା ବର୍ତ୍ତମାନ ପ୍ରବଳ ମାତ୍ରାରେ ଭାଇରାଲ ହେବା ସହିତ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.