ETV Bharat / city

ଶ୍ମଶାନରେ ମୋଦି-ନବୀନଙ୍କ ପୋଷ୍ଟର - ନବୀନ ମୋଦିଙ୍କ ପୋଷ୍ଟର

କଟକ ଜିଲ୍ଲା ଖାନନଗରେ ଥିବା ଶ୍ମଶାନ ଦ୍ବାରର ଦୁଇପାଖରେ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୋଷ୍ଟର ଲଗାଯାଇଛି । ଅଧିକ ପଢନ୍ତୁ...

ଶ୍ମଶାନରେ ନବୀନ ମୋଦିଙ୍କ ପୋଷ୍ଟର
ଶ୍ମଶାନରେ ନବୀନ ମୋଦିଙ୍କ ପୋଷ୍ଟର
author img

By

Published : Jun 25, 2021, 1:44 PM IST

କଟକ: ଶ୍ମଶାନରେ ଲାଗିଛି ନବୀନ ଓ ମୋଦିଙ୍କ ପୋଷ୍ଟର । କଟକ ଜିଲ୍ଲା ଖାନନଗରେ ଥିବା ଶ୍ମଶାନ ଦ୍ବାରର ଦୁଇପାଖରେ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୋଷ୍ଟର ଲଗାଯାଇଛି । କୋଭିଡରେ ମୃତ୍ୟୁବରଣ କରୁଥିବା ସାଧାରଣ ଲୋକଙ୍କ ପାଇଁ କେବଳ ଏହି ଦୁଇ ସରକାର ଦାୟୀ ବୋଲି କହିଛି କଂଗ୍ରେସ ।

ଶ୍ମଶାନରେ ନବୀନ ମୋଦିଙ୍କ ପୋଷ୍ଟର

ବାଃ ବାଃ ନେବାକୁ ଯାଇ ସରକାର ସାଧାରଣ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି । ଯାହା ଏକ ହୀନ ରାଜନୀତି ବୋଲି ସ୍ପଷ୍ଟ କହିଛି କଂଗ୍ରେସ । ଏହା ସହିତ ଟିକାକୁ ନେଇ ରାଜନୀତି ନ କରାଯାଉ ବୋଲି କହିଛି କଟକ ଜିଲ୍ଲା ଛାତ୍ର କଂଗ୍ରେସ ।

ଲୋକମାନଙ୍କ ଟଙ୍କାରେ ଟିକା କିଣି ନିଜ ଟିକା କହୁଛନ୍ତି ଉଭୟ ସରକାର । ଗୋଟିଏ ପଟେ ମୃତ୍ୟୁର ସଠିକ ରିପୋର୍ଟ ଆସୁନାହିଁ ଅନ୍ୟ ପଟେ ଟିକାକୁ ନେଇ ରାଜନୀତି କରାଯାଉଛି । ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି କହିଛନ୍ତି କଂଗ୍ରେସ ଯୁବ ସଭାପତି ଦୀପକ ମହାନ୍ତି ।

କୋଭିଡ ମୃତ୍ୟୁ ପାଇଁ ସରକାର କେବେଳ ଦାୟୀ । ଯଦି ଟିକାକେନ୍ଦ୍ରରେ ପୋଷ୍ଟର ରାଜନୀତି ହେଉଛି ତେବେ ଶ୍ମଶାନରେ ଉଭୟଙ୍କ ପୋଷ୍ଟର ରହିବା ଦରକାର ବୋଲି ଦାବି କରିଛି କଂଗ୍ରେସ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.