ETV Bharat / city

Eid-ul-Fitr 2022: ଇଦ୍‌ରେ କଟକ ସହରକୁ ଜଗିବେ ୧୨ ପ୍ଲାଟୁନ୍‌ ଫୋର୍ସ - କଟକରେ ଇଦ୍‌ ପାଳନ ଲାଗି କମିଶନରେଟ ପୋଲିସର ପ୍ରସ୍ତୁତି

ପବିତ୍ର ଇଦ୍‌ ଅବସରରେ କଟକ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସହରରେ ମୋଟ ୪ଟି ଏଡ୍‌ ପୋଷ୍ଟ ସହ ମୁତୟନ ହେବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ । ଅଧିକ ପଢନ୍ତୁ

ଇଦ୍‌ରେ କଟକ ସହରକୁ ଜଗିବେ ୧୨ ପ୍ଲାଟୁନ୍‌ ଫୋର୍ସ

author img

By

Published : May 2, 2022, 7:48 PM IST

କଟକ: ରାତି ପାହିଲେ ମୁସଲିମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍‌ । ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇହେଲାଣି ରାଜ୍ୟର ବିଭିନ୍ନ ମସଜିଦ୍‌ । ଏହି କ୍ରମରେ ଭାଇଚାରାର ସହର କଟକରେ ମଧ୍ୟ ବ୍ୟାପକ ଆୟୋଜନ ହେଉଛି ।

ଇଦ୍‌ରେ କଟକ ସହରକୁ ଜଗିବେ ୧୨ ପ୍ଲାଟୁନ୍‌ ଫୋର୍ସ

ଇଦ୍‌ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରରେ ମୋଟ ୪ଟି ଏଡ୍‌ ପୋଷ୍ଟ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏହାସହ ଷ୍ଟାଟିକ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଏହାସହ ବିଭିନ୍ନ ଥାନା ଅଧିକାରୀଙ୍କଠୁ ବରିଷ୍ଠ ଅଧିକାରୀଙ୍କ ନଜରରେ ସହରର ସମସ୍ତ ମସଜିଦ୍ ରହିବ । ଅଘଟଣ ରୋକିବା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି । ଚଳିତ ବର୍ଷ ଇଦ୍‌କୁ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ପାଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛି କଟକ କମିଶନରେଟ ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.