ETV Bharat / city

ଏସସିବିରୁ ୬ ଦଲାଲ ଗିରଫ

author img

By

Published : Apr 2, 2021, 4:46 PM IST

ରୋଗୀଙ୍କୁ ପ୍ରାଇଭେଟ ହସ୍ପିଟାଲକୁ ଯିବା ପାଇଁ ପ୍ରବର୍ତ୍ତାଉଥିବା ଏସସିବିର 6 ଦଲାଲଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଏସସିବିରୁ ୬ ଦଲାଲ ଗିରଫ
ଏସସିବିରୁ ୬ ଦଲାଲ ଗିରଫ

କଟକ: ଏସସିବିରୁ ପୁଣି ଗିରଫ ହେଲେ ଦଲାଲ । ସାଧାରଣ ରୋଗୀଙ୍କୁ ସରକାରୀ ହସ୍ପିଟାଲ ବଦଳରେ ପ୍ରାଇଭେଟ ହସ୍ପିଟାଲକୁ ଯିବାପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିଯୋଗ ପାଇ ଦଲାଲଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ୬ ଦଲାଲଙ୍କ ମଧ୍ୟରୁ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର ଓ ୨ ଜଣ ମେଡ଼ିକାଲ ଷ୍ଟାଫ ଥିବା ଜଣାପଡିଛି ।

ଏସସିବିରୁ ୬ ଦଲାଲ ଗିରଫ

କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ଏସସିବିକୁ ଆସୁଥିବା ରୋଗୀଙ୍କୁ ସରକାରୀ ଆମ୍ବୁଲାନ୍ସରେ ଆଣୁଥିବା ଆମ୍ବୁଲାନ୍ସ ଡ୍ରାଇଭର ପ୍ରାଇଭେଟ ହସ୍ପିଟାଲକୁ ଯିବା ପାଇଁ ବାରମ୍ବାର କହିଥାଆନ୍ତି । ଏମିତିକି ସରକାରୀ ହସ୍ପିଟାଲରେ ଭଲ ଚିକିତ୍ସା ମିଳେନାହିଁ, ପ୍ରାଇଭେଟ ହସ୍ପିଟାଲ ଗଲେ ଭଲ ଚିକିତ୍ସା ମିଳିବ । ଏଭଳି କହି ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ପ୍ରବର୍ତ୍ତାଇଥାଆନ୍ତି । ଏଭଳି ଅଭିଯୋଗ ଆସିବାପରେ ଦଲାଲମାନଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ତେବେ ଏହି ଘଟଣାରେ ଅନେକ ଡାକ୍ତର ଓ କର୍ମଚାରୀଙ୍କ ସମୃକ୍ତି ଥିବା ନେଇ ସନ୍ଦେହ କରିଛନ୍ତି ଡିସିପି । ଅନ୍ୟପଟେ ଏବାବଦରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.