ETV Bharat / city

ହରିଣ ପାର୍କ ସ୍ଥାନାନ୍ତର ପାଇଁ ତରତର ସିଏମସି, ନିରାଶ କଟକବାସୀ - ହରିଣ ପାର୍କ ସ୍ଥାନାନ୍ତର ସିଏମସି ନିଷ୍ପତ୍ତି

ଦୀର୍ଘ ବର୍ଷ ଧରି କଟକର ପର୍ଯ୍ୟଟନକୁ ମହିମା ମଣ୍ଡିତ କରୁଥିବା ହରିଣ ପାର୍କ ସ୍ଥାନାନ୍ତର ହେବାକୁ ଯାଉଛି । ଆୟତନ ଦୃଷ୍ଟିରୁ ଏଠାରେ ହରିଣ ସଂଖ୍ୟା ବଢିଯାଇଥିବାରୁ ସିଏମସି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ହେଲେ ଏହାକୁ ସ୍ଥାନୀୟ ଲୋକ ଏବଂ ରାଜନେତା ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

କଟକର ହରିଣ ପାର୍କ ହେବ ସ୍ଥାନାନ୍ତର, ନିରାଶ କଟକବାସି

author img

By

Published : Apr 26, 2021, 9:17 PM IST

କଟକ: ହଜାର ବର୍ଷର ସହର କଟକ । ଏହାରି ମଧ୍ୟରେ ରହିଛି ଅନେକ ଐତିହାସିକ କୀର୍ତ୍ତିନାମା । ଏହାସହ ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ରହିଛି । ତନ୍ମଧ୍ୟରୁ ଏଠାରେ ଥିବା ହରିଣ ପାର୍କ ଅନ୍ୟତମ । ହେଲେ ବର୍ତ୍ତମାନ ସ୍ଥିତିରେ ଏହି ହରିଣ ପାର୍କ ହେବ ସ୍ଥାନାନ୍ତର । ହରିଣ ବଂଶ ବୃଦ୍ଧି ପାଉଥିବାରୁ ଯେଉଁ ସ୍ଥାନରେ ବର୍ତ୍ତମାନ ପାର୍କ ରହିଛି ତାହା ଉପଯୁକ୍ତ ନୁହେଁ । ତେଣୁ, ପାର୍କକୁ ସମ୍ପୁର୍ଣ୍ଣ ରୂପେ ନୂତନ ଠିକଣା ଦେବା ପାଇଁ ଯୋଜନା ଆରମ୍ଭ କରିଛି ସିଏମସି ।

କଟକର ହରିଣ ପାର୍କ ହେବ ସ୍ଥାନାନ୍ତର, ନିରାଶ କଟକବାସି
ଐତିହ ଓ କୀର୍ତ୍ତିନାମାର କେନ୍ଦ୍ରବିନ୍ଦୁ ସିଲଭରସିଟି । ଏହି ହଜାର ବର୍ଷର ସହର ମଧ୍ୟରେ ଅନେକ ସ୍ଥାନ ରହିଛି ଯାହା କଟକବାସିଙ୍କ ହୃଦସ୍ପଦନ ସହ ଜଡିତ । ତେବେ 1980-81 ମସିହା ଠାରୁ କଟକରେ ପର୍ଯ୍ୟଟକଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି ହରିଣ ପାର୍କ । ପ୍ରଥମରୁ 2 ଏକରରୁ ଉର୍ଦ୍ଧ୍ବ ଜମିରେ ହାତ ଗଣତି ହରିଣ ରହିଥିଲା ବେଳେ ବର୍ତ୍ତମାନ ତାହା 200 ପାର କରିଛି । ଯାହା କଟକ ବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ହେଲେ ବର୍ତ୍ତମାନ କଟକ ମହାନଗର ନିଗମ ଯେଉଁ ଯୋଜନା କରିଛନ୍ତି ଏହି ପାର୍କକୁ ସ୍ଥାନାନ୍ତର କରିବା ପାଇଁ, ତାହା ସମ୍ପୂର୍ଣ ରୂପେ ନକରି ଆୟତନ ଅନୁସାରେ କିଛି ହରିଣଙ୍କୁ ଏଠାରେ ରଖିବାକୁ କମିଶନର ଓ ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଛନ୍ତି ରାଜନୈତିକ ଦଳ ଓ ସାଧାରଣ ଜନତା । ଯାହାଦ୍ୱରା କଟକର ଏହି ପର୍ଯ୍ୟଟନ ସ୍ଥଳ ବଞ୍ଚି ପାରିବ ।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ (central zoo authority) ପ୍ରବଳ ଅସନ୍ତୋଷ ଜାହିର କରିଥିଲା । କାରଣ ଅଳ୍ପ ସ୍ଥାନରେ 200ରୁ ଉର୍ଦ୍ଧ୍ବ ହରିଣ ରହିବା ଅସମ୍ଭବ । ଏହାପରେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ହେବା ପରେ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ । 3 ମାସ ମଧ୍ୟରେ ଏହି ପ୍ରସଙ୍ଗରେ ସମାଧାନ ଆଣିବାକୁ କରିଥିଲେ ଆଦର୍ଶ । ଯାହା ବର୍ତ୍ତମାନ କାର୍ଯ୍ୟରେ ପରିଣତ କରିଛି ସିଏମସି । ଏହାସହ ପାର୍କର ଦୁଇ ପଟରେ ରାସ୍ତା ରହିଛି । ଯାହାଦ୍ୱରା ପାର୍କକୁ ଆଉ ତ୍ୱରାନ୍ୱିତ କରାଯିବା ଅସମ୍ଭବ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ଆଗରେ ସବୁ ଫିକା ବୋଲି ସ୍ପଷ୍ଟ କରିଛନ୍ତି ସିଏମସି କମିଶନର ।ଗୋଟିଏ ପଟେ ହରିଣ ମାନଙ୍କ ସୁରକ୍ଷା ଓ ଅନ୍ୟପଟେ ପାର୍କ ହେଉଛି କଟକର ମୁଖ୍ୟ ପର୍ଯ୍ୟଟନ । ଦୁଇଟି ପ୍ରଶ୍ନ ଏବେ କଟକବାସୀଙ୍କ ମନରେ ଉଙ୍କି ମାରୁଚି । ତେବେ ହରିଣ ପାର୍କ ପ୍ରତି ଥିବା 40ରୁ ଊର୍ଦ୍ଧ୍ବ ବର୍ଷର ସମ୍ପର୍କରେ ପୁର୍ଣ୍ଣଚ୍ଛେଦ ପଡିଲେ ନିରାଶ ହେବେ କଟକିଆ ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.