କଟକ: ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା । ଗତ ଅଗଷ୍ଟ ମାସରେ ପାସ ପୋର୍ଟ ଭେରିଫିକେସନ କାର୍ଯ୍ୟ ମାତ୍ର 6 ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧର ୪ ଦିନରେ ଭେରିଫିକେସନ ସମ୍ପର୍ଣ୍ଣ ହୋଇଛି ।
2018-19 ମସିହାରେ ପାସ ପୋର୍ଟ ଭେରିଫିକେସନ ପାଇଁ ହାରାହାରି 26 ଦିନ ଲାଗୁଥିଲା । 2020 ମସିହାରେ କୋଭିଡ ସ୍ଥିତି ପାଇଁ ଏହି ଭେରିଫିକେସନ 36 ଦିନ ପର୍ଯ୍ୟନ୍ତ ବିଳମ୍ବିତ ହୋଇଥିଲା । କିନ୍ତୁ ପାସ ପୋର୍ଟ ଭେରିଫିକେସନ କାର୍ଯ୍ୟକୁ 5-ଟି ଅଧିନକୁ ଅଣାଯାଇ ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବଲେଟ ପ୍ରଦାନ କରାଯାଇଥିଲା । ଫଳରେ ଏହି କାର୍ଯ୍ୟ ଅତିଶୀଘ୍ର ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ଡିଜିପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ