ETV Bharat / city

ପରୀ ହତ୍ୟାକାଣ୍ଡ: ତଦନ୍ତ ପ୍ରକ୍ରିୟା ଶିଥିଳ, ଅସନ୍ତୋଷ ଜାହିର କଲେ କୋର୍ଟ

author img

By

Published : Dec 17, 2020, 7:43 PM IST

ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ପ୍ରକ୍ରିୟା ଶିଥିଳତାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ କୋର୍ଟ । ଅଧିକ ପଢନ୍ତୁ...

Pari murder case: investigation process is slow, court shows dissatisfied
ପରୀ ହତ୍ୟାକାଣ୍ଡ: ତଦନ୍ତ ପ୍ରକ୍ରିୟା ଶିଥିଳ, ଅସନ୍ତୋଷ ଜାହିର କଲେ କୋର୍ଟ

କଟକ: ପରୀ ହତ୍ୟାକାଣ୍ଡ ଘଟଣାରେ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିଲେ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ ।

ଦୋଷୀଙ୍କୁ ଗିରଫ କରିବାରେ ତଦନ୍ତ ବେଶି ଆଗେଇନଥିବା କୋର୍ଟ କହିଛନ୍ତି । ତେବେ ଆସନ୍ତା ୨୪ ତାରିଖ ସୁଦ୍ଧା ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ତଦନ୍ତକାରୀ ସଂସ୍ଥା(ଏସଆଇଟି)କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ତଦନ୍ତକାରୀ ସଂସ୍ଥା ଏସଆଇଟି ପକ୍ଷରୁ ଷ୍ଟାଟସ ରିପୋର୍ଟ ଗତକାଲି କୋର୍ଟରେ ଦାଖଲ ହୋଇଥିଲା । ବନ୍ଦ ଲଫାପାରେ ଏହି ରିପୋର୍ଟକୁ ରଖାଯାଇଛି ।

ପୂର୍ବରୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି ଓ ଏଡିଜିଙ୍କୁ ହାଜର ହେବାକୁ ନଭେମ୍ବର ୧୮ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.