କଟକ : ଓଡିଶା ହୋମ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ କଟକ ସ୍ଥିତ ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ୧୮ ଏକର ୩୦ ଡେସିମିଲ ଭୂସମ୍ପତ୍ତି ବ୍ୟାଜ୍ୟାପ୍ତି କଲେ କୋର୍ଟ।
ବ୍ୟାଙ୍କ ଜମା ୮ ଲକ୍ଷ ୮୭ ହଜାର ଟଙ୍କା ମଧ୍ୟ ବ୍ୟାଜ୍ୟାପ୍ତି କରାଯାଇଛି । ଭୁବନେଶ୍ୱରରେ ଥିଲା ଚିଟଫଣ୍ଡ କମ୍ପାନୀର କାର୍ଯ୍ୟାଳୟ। ସୁଲଭ ମୂଲ୍ୟରେ ଆପାର୍ଟମେଣ୍ଟ ଯୋଗାଇ ଦେବାକୁ କହି ଲୋକଙ୍କୁ ଠକି ଥିଲା ଏହି ଚିଟଫଣ୍ଡ କମ୍ପାନୀ।
ଏହାବି ପଢନ୍ତୁ : ଉଭୟ ଭର୍ଚ୍ଚୁଆଲ-ଫିଜିକାଲ ମୋଡରେ ଚାଲିବ ହାଇକୋର୍ଟ କାର୍ଯ୍ୟ
ମୋଟ ୭ କୋଟି ୫୪ ଲକ୍ଷ ଠକେଇ କରିଥିବାର ଅଭିଯୋଗ ହୋଇଥିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ସୁବ୍ରତ ମହାନ୍ତି। ପୂର୍ବରୁ ୧୮ ଟି ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ହୋଇଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ