ETV Bharat / city

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର - lighting in cuttack

ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ ଆଉ ଜଣେ ମହିଳା ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିିଛି କଟକ ତିନିଘରିଆ ଅଞ୍ଚଳରେ । ଅଧିକ ପଢନ୍ତୁ...

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
author img

By

Published : May 5, 2021, 9:58 PM IST

କଟକ: ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ତିନିଘରିଆ ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ସୂଚନା ରହିଛି । ଦୁଇ ମୃତକ ହେଲେ ତିନିଘରିଆ ସାହିର ଟିଟୁଆ ସାସମଲ ଓ ଜେମା ନାମକ ଜଣେ ମହିଳା ।

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ତିନିଘରିଆ ସାହିର ଟିଟୁଆ ସାସମଲ ଓ ଜେମା ଆମ୍ବ ପାଇଁ ନିକଟରେ ଥିବା ତୋଟାକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀରେ ବିଜୁଳି ସାଙ୍ଗକୁ ଘଡଘଡି ମଧ୍ୟ ମାରିଥିଲା । ଦୁୁହେଁ ଆମ୍ବ ଗଛ ମୂଳେ ଥିବା ବେଳେ ଯୁବକଙ୍କ ନିକଟରେ ଥିବା ମୋବାଇଲ୍ ଫୋନ ଯୋଗୁ ବଜ୍ରାଘାତର ଶିକାର ହୋଇଥିଲେ ଉଭୟ । ଘଟଣାସ୍ଥଳରେ ଟିଟୁଆଙ୍କର ମୃତ୍ୟୁ ହୋଇଥିବାବେଳେ ଉକ୍ତ ମହିଳା ଜଣଙ୍କ ଗୁରୁତର ହୋଇ ମୁର୍ମୁଷୁ ଅବସ୍ଥାରେ ପଡିରହିଥିଲେ ।

ଖବର ପାଇ ମଧୁପାଟଣା ଥାନା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ପଡି ରହିଥିବା ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଘଟଣାସ୍ଥଳ ଅନ୍ଧାରିଆ ହୋଇଥିବାରୁ ପ୍ରଥମେ ଯୁବକଙ୍କ ପରିଚୟ ଜଣା ପଡିନଥିଲା । ପରେ ସ୍ଥାନୀୟ ବାସିନ୍ଦାମାନେ ଯୁବକଙ୍କ ସମ୍ପର୍କରେ ଖବର ଦେବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.