ETV Bharat / city

ହସୁଛି ମାଟିର ମିହିର, ଗୁମୁରି କାନ୍ଦୁଛି ସିନେ ଜଗତ - କଟକ ଖବର

ଅଫେରା ରାଇଜରେ ବର୍ଷିଆନ କଳାକାର ମିହିର ଦାସ । ଆଜି ହେଉଛି ମିହିରଙ୍କ 63 ତମ ଜୟନ୍ତୀ । ଏ ଅବସରରେ ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ନିର୍ମାଣ କରିଛି ମିହିରଙ୍କ ୭ ଫୁଟ ଉଚ୍ଚର ମାଟିର ପ୍ରତିମୂର୍ତ୍ତି । ମିହିରଙ୍କ ସ୍କୃତିକୁ ସତେଜ ରଖିବା ପାଇଁ ଏହା ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳୀ । ଅଧିକ ପଢନ୍ତୁ

ହସୁଛି ମାଟିର ମିହିର : ଗୁମୁରି କାନ୍ଦୁଛି ସିନେ ଜଗତ

author img

By

Published : Feb 11, 2022, 8:44 PM IST

କଟକ: ବର୍ଷିଆନ କଳାକାର ମିହିର ଦାସଙ୍କୁ ଝୁରୁଛି ସିଲଭର ସିଟି । ଏହି ମହାନ ଅଭିନେତାଙ୍କ ମୃତ୍ୟୁକୁ ଆଜି ପୁରିଛି ଏକ ମାସ। ଏପରିକି ଆଜି ହେଉଛି ମିହିରଙ୍କ 63 ଜୟନ୍ତୀ ।

ହସୁଛି ମାଟିର ମିହିର : ଗୁମୁରି କାନ୍ଦୁଛି ସିନେ ଜଗତ

ଠିକ ଆଜିର ଦିନରେ ୧୯୫୩ ମସିହା ୧୧ ଫେବୃଆରୀରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ଗ୍ରହଣ କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ମିହିରଙ୍କ ସ୍ମୃତି ଉଦ୍ଧେଶ୍ୟରେ କଟକ କୁମ୍ଭାର ସାହିରେ ଥିବା ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ମିହିରଙ୍କୁ ଦେଇଛି ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି । ମାଟିରେ ମିହିରଙ୍କ 7 ଫୁଟର ପ୍ରତିମୂର୍ତ୍ତୀ ନିର୍ମାଣ କରିଛନ୍ତି ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ।

ଏହି ପ୍ରତିମୂର୍ତ୍ତୀକୁ ସିନେ ଜଗତ ଓ ସମସ୍ତ ଫ୍ୟାନ୍ସମାନଙ୍କ ପାଇଁ ସମର୍ପିତ କରିଛନ୍ତି । ତେବେ ଅବକିଳ ପରି ପ୍ରତିତ ହେଉଥିବା ଏହି କଳାକୃତି ମିହିର ଦାସଙ୍କ ଉପସ୍ଥିତିକୁ ଜାହିର କରୁଛି। ତେବେ ଆଜିର ଏହି ଶ୍ରଦ୍ଧାଞ୍ଜଳି ଦିବସରେ ସିନେ ଜଗତର ବରିଷ୍ଠ କଳାକାର ଓ କଟକ ଡିସିପି ଓ ସାହି ମୁରବି ମାନେ ଉପସ୍ଥିତ ଥିଲେ ।

2022 ମସିହା ଜାନୁଆରୀ 11 ଓଡିଶା ସିନେ ଜଗତ ପାଇଁ ଥିଲା ଏକ ଅଶୁଭ ଦିନ। ସବୁ ଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଥିଲେ ସମସ୍ତଙ୍କ ପ୍ରିୟ ମିହିର ଦାସ । ଯାହାକୁ ନେଇ ମ୍ରିୟମାଣ ହୋଇ ପଡ଼ିଥିଲା ସମ୍ପୂର୍ଣ୍ଣ କଳାଜଗତ ।

ତେବେ ଏହାରି ମଧ୍ୟରେ ମିହିରଙ୍କ ମୃତ୍ୟୁକୁ ପୁରିଛି ଏକ ମାସ । ଦିନ ଜଣା ପଡୁ ନଥିଲେ ବି ମିହିରଙ୍କ ଓଲିଓଡ଼ ଜଗତରେ ଅନୁପସ୍ଥିତି ସମ୍ପୂର୍ଣ୍ଣ ବାରି ହୋଇ ପଡୁଛି ।

ତେବେ ଏହି ମାଟିର ମୂର୍ତ୍ତୀ ସତେ ଯେପରି ବାସ୍ତବ ପରି ଲାଗୁଛି । କାରଣ ମିହିରଙ୍କ ସେହି ହସ ହସ ମୁଁହ ଆଉ ଚଷମା ତାଙ୍କର ଅବସ୍ଥିତିକୁ ସତେଜ କରୁଛି । ତେବେ କାରୀଗରଙ୍କ କଳାକୃତିକୁ ସାଧୁବଦ ଜଣାଇଛନ୍ତି ଅନେକ ଭେଟରାନ କଳାକାର ।

ଓଡ଼ିଆ ସିନେ ଜଗତ ପାଇଁ ଭାସ୍କର୍ଯ୍ୟ ଶିଳ୍ପୀ ମାନେ ଯେଉଁ ଉପହାର ଦେଇଛନ୍ତି ତାହା ବେଶ ଉଚ୍ଚକୋଟୀର । ତେବେ ଓଡ଼ିଆ ସିନେ ଜଗତର ଯେଉଁ ବରିଷ୍ଠ କଳାକାରଙ୍କ ଦେହାନ୍ତ ହୋଇଛି । ସେମାନଙ୍କର ମଧ୍ୟ ଏହିପରି ପ୍ରତିମୂର୍ତ୍ତୀ କରିବା ପାଇଁ ଶିଳ୍ପୀ ମାନଙ୍କ ସହ ଆଲୋଚନା ହୋଇଛି ।

ଯାହା ସମ୍ପୂର୍ଣ୍ଣ ରୂପେ ଶ୍ରଦ୍ଧାଞ୍ଜଳିର ପରିସରକୁ ଆହୁରି ବୃଦ୍ଧି କରିବ । ଅନ୍ୟପଟେ ମିହିରଙ୍କ ଅଭିନୀତ ଫିଲ୍ମ ମାଟିର ବନ୍ଦନ ନିର୍ମାଣକୁ ଅନେକ ବର୍ଷ ପୁରିଛି । ହେଲେ ଏଯାବତ ଏହି ଫିଲ୍ମ ହୋଇ ପାରୁନି ରିଲିଜ । ଯାହାକୁ ନେଇ ମଧ୍ୟ ସିନେ ଜଗତରେ ଏବେବି ଅବସୋସ ରହିଛି । ତେବେ ଆଗମୀ ଦିନରେ ଏହି ଫିଲ୍ମ ନିଶ୍ଚୟ ରିଲିଜ ହେବ ବୋଲି ଆଶା ରଖିଛନ୍ତି ଭେଟରାନ କଳାକାର । ମିହିର ଦାସ ମାଟିରେ ମିଶିଛନ୍ତି ସତ। ହେଲେ ଏହି ମାଟିର ମୂର୍ତ୍ତୀ ମିହିରଙ୍କୁ ସର୍ବଦା ଜୀବନ୍ତ କରି ରଖିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.