କଟକ: BCCI ଘରୋଇ ସିଜିନ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । 21 ଜଣିଆ ଦଳରେ ସାମିଲ ଥିବା ଖେଳାଳିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ମୁସ୍ତାକ ଅଲୀ ଟ୍ରଫି ପାଇଁ ରାଜେଶ ଧୂପରଙ୍କୁ ଓଡ଼ିଶା ଦଳର ଅଧିନାୟକ ଭାର ଦିଆଯାଇଛି । ଦକ୍ଷ ଅଲ୍ରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ଏହି ଟ୍ରଫି ପାଇଁ ବିଶ୍ରାମ ଦିଆଯାଇଛି ।
ଚଳିତ ମାସ 27 ତାରିଖରେ ଲକ୍ଷ୍ନୌ ଗସ୍ତ କରିବ ଓଡ଼ିଶା । ନଭେମ୍ବର 4 ତାରିଖରୁ ଆରମ୍ଭ ହେବ ଓଡ଼ିଶାର ମୁସ୍ତାକ ଅଲୀ ଟ୍ରଫି ଅଭିଯାନ । ପ୍ରଥମ ମ୍ୟାଚରେ ଗୋଆକୁ ଭେଟିବ ଓଡ଼ିଶା ଦଳ । ଏହାପରେ ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ ଓ ପୁଡୁଚେରୀକୁ ଟକ୍କର ଦେବ ଓଡ଼ିଶା ଦଳ । ଗତବର୍ଷ କୋଭିଡ ସଂକ୍ରମଣରେ ଅଭ୍ୟାସ ବାଧାପ୍ରାପ୍ତ ହେବାରୁ ଓଡ଼ିଶା ମୁସ୍ତାକ ଅଲୀ ଟ୍ରଫିରେ ଆଖି ଦୃଶିଆ ପଦର୍ଶନ କରି ପାରିନଥିଲା । ଚଳିତ ବର୍ଷ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଓସିଏ ।
ଅଂଶୁମାନ ରଥ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି । ସେ ଦଳରେ ନୂଆ ମୁହଁ । ପ୍ରଶିକ୍ଷକ ୱାସିମ୍ ଜାଫରଙ୍କ ନେତୃତ୍ବରେ ଦଳ ଏଥର ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ଓସିଏ ଚୟନ କମିଟି ଅଧ୍ୟକ୍ଷ । ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଡେବ୍ୟୁ କରିବେ ଅଂଶୁମାନ ରଥ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ