ETV Bharat / city

ଏବେବି ଉଜ୍ଜୀବିତ ବିପ୍ଳବଙ୍କ ଆଇପିଏଲ ଆଶା

ଆଇପିଏଲର 2012 ସଂସ୍କରଣରେ ଓଡିଶା ରଣଜୀ ଟିମର ଷ୍ଟାର ଅଲରାଉଣ୍ଡରଙ୍କୁ କ୍ୟାମ୍ପରେ ସାମିଲ କରିଥିଲା ଡେକାନ ଚାର୍ଜସ । ପରେ ରାଜ୍ୟ ତମାମ ଖେଳିଯାଇଥିଲା ଖୁସିର ଲହରୀ ।

Odisha allrounder biplab samantray hopeful for IPL comeback
ଏବେବି ଉଜ୍ଜୀବିତ ବିପ୍ଳବଙ୍କ ଆଇପିଏଲ ଆଶା
author img

By

Published : Oct 5, 2020, 10:37 PM IST

କଟକ: ଓଡିଶାରୁ ୟୁଏଇ ପର୍ଯ୍ୟନ୍ତ ସବୁଆଡେ ଆଇପିଏଲ ଫିଭର । ସବୁ କ୍ରୀଡା ବିତଙ୍କ ସ୍ବପ୍ନ ଥାଏ ଜାତୀୟ ଟିମରେ ସ୍ଥାନ ପାଇ ଦେଶର ପ୍ରତିନିଧିତ୍ବ କରିବେ । ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଭାବୀ ପ୍ରଦର୍ଶନ ଅନେକ ଖେଳାଳିଙ୍କୁ ଜାତୀୟ ଟିମ ଆଡକୁ ରାସ୍ତା କଢାଇଛି । ଫଳରେ ଆଇପିଏଲକୁ ଫେରିବାକୁ ଚାହାନ୍ତି ଓଡିଆ କ୍ରିକେଟର ବିପ୍ଳବ ସାମନ୍ତରାୟ ।

ଏବେବି ଉଜ୍ଜୀବିତ ବିପ୍ଳବଙ୍କ ଆଇପିଏଲ ଆଶା

ଆଇପିଏଲର 2012 ସଂସ୍କରଣରେ ଓଡିଶା ରଣଜୀ ଟିମର ଷ୍ଟାର ଅଲରାଉଣ୍ଡରଙ୍କୁ କ୍ୟାମ୍ପରେ ସାମିଲ କରିଥିଲା ଡେକାନ ଚାର୍ଜସ । ପରେ ରାଜ୍ୟ ତମାମ ଖେଳିଯାଇଥିଲା ଖୁସିର ଲହରୀ । କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରାଙ୍କ ନେତୃତ୍ବରେ ଖେଳିଥିବା ବିପ୍ଳବ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ଦେଖାଇଥିଲେ ପାଓ୍ବାର ହିଟିଂ ର ଜଲୱା । 9ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକୀୟ ଇଂନିସ ସହ ସଂଗ୍ରହ କରିଥିଲେ 125 ରନ । ମାତ୍ର ପରବର୍ତ୍ତୀ ସଂସ୍କରଣ ଗୁଡିକରେ ଟୁର୍ଣ୍ଣାମେଣ୍ଟକୁ କମବ୍ୟାକ୍ କରିପାରିନାହାନ୍ତି ବିପ୍ଲବ । ଆଇପିଏଲ କ୍ୟାରିୟରରେ ଦୀର୍ଘ ବିରତି ଆସିଥିଲେ ମଧ୍ୟ ସେ ଦୃଢ ଆତ୍ମବିଶ୍ବାସର ସହ ଅଭ୍ୟାସ ଜାରି ରଖିଛନ୍ତି । ଆଇପିଏଲ ଟ୍ରାକକୁ ଫେରିବାକୁ ଦୃଢ ଆଶାବାଦୀ ଅଛନ୍ତି ।

ପିଲା ବେଳୁ ପାଠ ପ୍ରତି ବେଶ ରୁଚି ରଖୁଥିଲେ ବିପ୍ଳବ । ସେଥିପାଇଁ ତାଙ୍କ ମା' ବିଜୟଲକ୍ଷ୍ମୀ ଓ ବାପା ବିପିନ ବିହାରୀ, ଜଣେ ପ୍ରଶାସନିକ ଅଧିକାରୀ ଭାବେ ଦେଖିବାକୁ ଚାହୁଁଥିଲେ । ମାତ୍ର ବିପ୍ଳବଙ୍କ ସ୍ୱପ୍ନ ଥିଲା ଅନ୍ୟ କିଛି । ଦଶମ ଶ୍ରେଣୀରେ ପଢିବା ସମୟରେ ହିଁ କ୍ରିକେଟରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଭାବେ ଉଭା ହୋଇଥିଲେ ସେ । ଧୀରେ ଧୀରେ ବୟସ ବର୍ଗ ଓଡିଶା ଟିମରେ ସାମିଲ ହୋଇଥିଲେ ।

ପରେ ଓଡିଶା ସିନିୟର ଟିମରେ ପାଦ ଥାପିଥିଲେ ଏହି ଦକ୍ଷ ଖେଳାଳି । ତେବେ 2012 ମସିହାରେ ଯେବେ ସେ ଆଇପିଏଲ ପାଇଁ ଚୟନ ପରେ, ପରିବାର ସହ ସାରା ରାଜ୍ୟରେ ଖେଳିଯାଇଥିଲା ଖୁସିର ଲହରୀ । ବିପ୍ଳବଙ୍କ ବାପା ଓ ମା' ଖୁସିରେ ଆତ୍ମହରା ହୋଇଥିଲେ , ଯାହାକୁ ବର୍ଣ୍ଣନା କରିବା ଅସମ୍ଭବ ବୋଲି ସେମାନେ କୁହନ୍ତି । ଯେଉଁ ସ୍ମରଣୀୟ ମୂହୂର୍ତ୍ତକୁ, ଆଜି ପର୍ଯ୍ୟନ୍ତ ନିଜ ହୃଦୟରେ ଚାପି ରଖିଛନ୍ତି ଉଭୟେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.