ETV Bharat / city

IPL 2022: ଅପେକ୍ଷାରେ ଓଡିଆ କ୍ରିକେଟ ଫ୍ୟାନ, କେବେ ଖେଳିବେ ଶୁଭ୍ରାଂଶୁ ? - ଶୁଭ୍ରାଂଶୁ ସେନାପତି ଖବର

ଓଡିଶା କ୍ରିକେଟ ପ୍ରେମୀଙ୍କ ନଜର କେବଳ ଗୋଟିଏ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ ଉପରେ । କାରଣ ଏହି ଦଳରେ ରହିଛନ୍ତି ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ହେଲେ ଏଯାବତ ଚେନ୍ନାଇର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ପାରିନାହାନ୍ତି ଶଭ୍ରାଂଶୁ । ଅଧିକ ପଢ଼ନ୍ତୁ

IPL 2022: ଅପେକ୍ଷାରେ ଓଡ଼ିଆ କ୍ରିକେଟ ଫ୍ୟାନ, କେବେ ଖେଳିବେ ଶୁଭ୍ରାଂଶୁ ?

author img

By

Published : Apr 22, 2022, 8:20 PM IST

କଟକ: ଜାରି ରହିଛି IPL 2022 ମହାସମର । ଟାଇଟଲ ହାତେଇବାକୁ 10 ଟି ଟିମ ମଧ୍ୟରେ ଜାରି ରହିଛି ମହାଲଢ଼େଇ । ଅଧିକାଂଶ ମ୍ୟାଚ ବେଶ ରୋମାଞ୍ଚକର ହେଉଛି । ଆଇପିଏଲରେ ନୂଆ ଓ ଯୁବ ଖେଳାଳିଙ୍କ ଚମକ ଦେଖିବାକୁ ମିଳୁଛି । ହେଲେ ଓଡିଶା କ୍ରିକେଟ ପ୍ରେମୀଙ୍କ ନଜର କେବଳ ଗୋଟିଏ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ ଉପରେ । କାରଣ ଏହି ଦଳରେ ରହିଛନ୍ତି ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ହେଲେ ଏଯାବତ ଚେନ୍ନାଇର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ପାରିନାହାନ୍ତି ଶଭ୍ରାଂଶୁ । ଯାହାକୁ ନେଇ ନିରାଶ ହୋଇଛନ୍ତି ଓଡ଼ିଆ କ୍ରିକେଟ ଫ୍ୟାନ ଓ ଓଡ଼ିଆ କ୍ରିକେଟର ।

IPL 2022: ଅପେକ୍ଷାରେ ଓଡ଼ିଆ କ୍ରିକେଟ ଫ୍ୟାନ, କେବେ ଖେଳିବେ ଶୁଭ୍ରାଂଶୁ ?
20 ଲକ୍ଷ ଟଙ୍କାରେ ଚେନ୍ନାଇ ସୁପରକିଙ୍ଗ୍‌ସ ପାଇଁ କିଣା ହୋଇଛନ୍ତି ଓଡ଼ିଆ କ୍ରିକେଟ ଷ୍ଟାର ଶୁଭ୍ରାଂଶୁ ସେନାପତି । ଚେନ୍ନାଇ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ୍‌ ଖେଳି ସାରିଛି । ସେଥି ମଧ୍ୟରୁ ମାତ୍ର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ଦଳ । ସିଜିନର ଅଧା ମ୍ୟାଚ ଶେଷ ହୋଇଥିଲେ ସୁଦ୍ଧା ଶୁଭ୍ରାଂଶୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ପାରିଲା ନାହିଁ । ଏହାକୁ ନେଇ ଓଡ଼ିଆ କ୍ରିକେଟ ଫ୍ୟାନ୍ସ ନିରାଶ ହୋଇଛନ୍ତି । କାରଣ ଦୀର୍ଘ ବର୍ଷ ପରେ IPLରେ ଓଡ଼ିଆ କ୍ରିଏକଟର କିଣା ହେବା ପରେ ତାଙ୍କୁ ପଡ଼ିଆରେ ଦେଖିବାକୁ ବେଶ୍‌ ଆଶା ବାନ୍ଧିଛନ୍ତି ଓଡ଼ିଆ କ୍ରିକେଟ ଫ୍ୟାନ । କେବେ ତାଙ୍କୁ ଟିମ୍‌ରେ ସ୍ଥାନ ମିଳିବ ତାହାକୁ ଚାତକ ପରି ଚାହିଁ ବସିଛନ୍ତି ଓଡ଼ିଆ କ୍ରିକେଟର ଓ ଫ୍ୟାନ୍ସ । ପୂର୍ବରୁ ଓଡ଼ିଆ କ୍ରିକେଟର ହଳଧର ଦାସ ଓ ପରେ ବିପ୍ଳବ ସାମନ୍ତରାଏ ହାଇଦ୍ରାବାଦ ଦଳରେ ନଜର ଆସି ସାରିଛନ୍ତି । ଏବେ ଶୁଭ୍ରାଂଶୁ ସେନାପତି ଆଇପିଏଲରେ ନିଜ କରିସ୍ମା ଦେଖାଇବାକୁ ଅନାଇ ବସିଛନ୍ତି । ହେଲେ ଚେନ୍ନାଇ ପକ୍ଷରୁ ଏଯାଏଁ ତାଙ୍କୁ ସୁଯୋଗ ମିଳିନାହିଁ । କେବଳ ଅଭ୍ୟାସ ବେଳେ ଓ ବେଞ୍ଚ୍‌ରେ ନଜର ଆସୁଛନ୍ତି ଶୁଭ୍ରାଂଶୁ । ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବା ଚେନ୍ନାଇର ଇତିହାସ ରହି ଆସିଛି । ଯଦି ଟିମ୍‌ରେ ତାଙ୍କୁ ସ୍ଥାନ ମିଳେ ହୁଏତ ଆଗମୀ ଦିନରେ ଆହୁରି ଭଲ ଟଙ୍କାରେ ଅନ୍ୟ ଦଳରେ ସାମିଲ ହୋଇ ପାରନ୍ତେ । ସେହି ସ୍ଥରର ଭଲ ପ୍ରଦର୍ଶନ କଲେ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇ ପାରନ୍ତେ ବୋଲି କହିଛନ୍ତି ପୂର୍ବତନ ଆଇପିଏଲ ଖେଳାଳି ବିପ୍ଳବ ସାମନ୍ତରାୟ । ତେବେ କେବେ ଶୁଭ୍ରାଂଶୁ ହଳଦିଆ ଜର୍ସିରେ ନଜର ଆସିବେ ତାହାକୁ ଚାହିଁ ରହିଛନ୍ତି ଓଡ଼ିଆ କ୍ରିକେଟ ଫ୍ୟାନ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.