ETV Bharat / city

ଜାଫର ଇନ୍, ଘରୋଇ ସିଜିନରେ ଟପ୍ ହେବା ଲକ୍ଷ୍ୟରେ OCA

ଓଡ଼ିଶା କ୍ରିକେଟକୁ ସଶକ୍ତ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟର ଓ୍ବାସିମ୍ ଜାଫରଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ମୁଖ୍ୟ କୋଚ ଭାବେ ନିୟୋଜିତ କରିଛି ଓସିଏ । ଅଧିକ ପଢ଼ନ୍ତୁ...

author img

By

Published : Jul 20, 2021, 9:53 PM IST

ଜାଫର ଆସିବା ପରେ ଘରୋଇ ସିଜିନରେ ଟପ୍ ହେବା ଲକ୍ଷ୍ୟରେ OCA

କଟକ: ଓଡ଼ିଶା କ୍ରିକେଟକୁ ସଶକ୍ତ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟର ଓ୍ବାସିମ୍ ଜାଫରଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ମୁଖ୍ୟ କୋଚ ଭାବେ ନିୟୋଜିତ କରିଛି ଓସିଏ (OCA) । ଓ୍ବାସିମ୍ ଜାଫରଙ୍କ ଭଳି ଅଭିଜ୍ଞ କ୍ରିକେଟରଙ୍କୁ କୋଚ ଭାବରେ ପାଇଥିବାରୁ ସିନିଅର ଖେଳାଳିମାନେ ଖୁସି ଜାହିର କରିଛନ୍ତି । ତେବେ ଓ୍ବାସିମ ଜାଫର କ୍ରିକେଟର ଲମ୍ବା ଫର୍ମାଟରେ ସଫଳ ହୋଇଥିବା ବେଳେ ସିମିତ ଓଭର କ୍ରିକେଟରେ ତାଙ୍କର ଅଭିଜ୍ଞତା କମ୍ ରହିଛି । ଏହାକୁ କ୍ରିକେଟ ସମୀକ୍ଷକମାନେ ଗୁରୁତର ଭାବେ ନେଇଛନ୍ତି । ସେପଟେ ଓ୍ବାସିମ୍ ଜଣେ ସଫଳ ବ୍ୟାଟସମ୍ୟାନ ହୋଇଥିବାରୁ ତାଙ୍କ ନେତୃତ୍ବରେ ଓଡ଼ିଶାର ବ୍ୟାଟସମ୍ୟାନମାନେ ଉପଯୁକ୍ତ ପ୍ରଶିକ୍ଷଣ ପାଇପାରିବେ ବୋଲି ଆଲୋଚନା ହେଉଛି ।

ଓ୍ବାସିମ ଜାଫରଙ୍କୁ ଓଡ଼ିଶା ସିନିଅର ଦଳର ମାର୍ଗଦର୍ଶନ କରିବା ସହ ଜୁନିଅର ଦଳର ମଧ୍ୟ ମାର୍ଗଦର୍ଶନ କରାନ୍ତୁ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ । ଖେଳାଳିମାନଙ୍କ ପ୍ରଦର୍ଶନ ସୁଧାରିବା ସହ ଅନ୍ୟ କୋଚଙ୍କୁ ମଧ୍ୟ ସହାୟତା କରି ପାରିବେ ୱାସିମ ଜାଫର । ଓଡ଼ିଶା ସିନିଅର ଟିମ୍ ଏକ ଲମ୍ବା ସମୟ ଧରି ଜାତୀୟସ୍ତରରେ ପ୍ଲେଟ ଗୃପରେ ରହିଆସିିଛି । ତେବେ ପୂର୍ବତନ ମୁଖ୍ୟ କୋଚ ତଥା ଅଭିଜ୍ଞ କ୍ରିକେଟର ରଶ୍ମୀରଞ୍ଜନ ପରିଡ଼ାଙ୍କ ନେତୃତ୍ବରେ ଲଗାତାର ସଂଘର୍ଷ କରି ଦୁଇ ବର୍ଷ ଚଳେ ଗ୍ରୁପ ସି'କୁ ଉତ୍ତୀର୍ଣ୍ଣ ହୋଇଥିଲା ଦଳ। କିନ୍ତୁ ଗତବର୍ଷ ବିଜୟ ହଜାରେ ଟ୍ରଫି ଓ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଟିମ୍ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ କୋଚଙ୍କୁ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ସେପଟେ ଓ୍ବାସିମ ଜାଫରଙ୍କ ଭଳି ଜଣେ ଖେଳାଳିଙ୍କୁ ପ୍ରଶିକ୍ଷକ ଭାବେ ପାଇବାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଓଡ଼ିଶା ରଣଜୀ ଦଳର ଖେଳାଳି ।ଓ୍ବାସିମ୍ ଜାଫର କେବଳ ଜଣେ ଭଲ ଅନ୍ତର୍ଜାତୀୟ କ୍ରିକେଟର ନୁହଁନ୍ତି ବରଂ ଘରୋଇ କ୍ରିକେଟରେ ଓ୍ବାସିମ୍ ଜାଫରଙ୍କ ପ୍ରଦର୍ଶନ ଅତି ଉଚ୍ଚ କୋଟିର ରହିଛି । ଏହି 49 ବର୍ଷ ବୟସ୍କ ଡ଼ାହଣ ହାତି ବ୍ୟାଟସମ୍ୟାନ ନିଜ କ୍ୟାରିଅରରେ ଦୁଇଟି ଏକ ଦିବସୀୟ ମ୍ୟାଚ ସହ 31ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହା ବ୍ୟତିତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ 260ଟି ମ୍ୟାଚ ଖେଳି 19 ହଜାର 410 ରନ ସଂଗ୍ରହ କରିଛନ୍ତି । କ୍ୟିାରିଅରରେ ସେ 50. 67 ହାରରେ ରନ ସଂଗ୍ରହ କରିଛନ୍ତି । କେବଳ ସେତିକି ନୁହେଁ ଓ୍ବାସିମ୍ ବାଲାଂଦେଶ କ୍ରିକେଟ ଟିମର କୋଚ୍ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି । ଏହାସହିତ ଉତ୍ତରାଖଣ୍ଡ ଟିମ ଓ ପଞ୍ଜାବ କିଙ୍ଗସ୍ ଦଳର ବ୍ୟାଟିଂ କୋଚ ଦାୟୀତ୍ବ ମଧ୍ୟ ସମ୍ପାଦନା କରିଛନ୍ତି ୱାସିମ ଜାଫର ।

ବ୍ୟାଟିଂ ଅଭିଜ୍ଞତା ସହ କୋଚିଂ ଅଭିଜ୍ଞତା ମଧ୍ୟ ୱାସିମଙ୍କ ପାଖରେ ରହିଛି । ତେବେ ସିମୀତ ଓଭର କ୍ରିକେଟରେ ୱାସିମଙ୍କ ପ୍ରଶିକ୍ଷଣ କିଭଳି ରହିବ ତାହାରି ଉପରେ ରହିବ ସଭିଙ୍କ ନଜର । କ୍ରିକେଟ ସମୀକ୍ଷକମାନେ ଏହାକୁ ଗମ୍ଭୀରତାର ସହ ନେଉଛନ୍ତି । ତାଙ୍କ ନେତୃତ୍ବରେ ଓଡ଼ିଶାର ବ୍ୟାଟସମ୍ୟାନମାନେ ଉପଯୁକ୍ତ ପ୍ରଶିକ୍ଷଣ ପାଇପାରିବେ । ଏହାସହ ବୋଲିଂ ବିଭାଗ ପାଇଁ ମଧ୍ୟ ଓସିଏ ଚିନ୍ତା କରିବା ଦରକାର ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ । ତେବେ ଜାଫରଙ୍କ ଓସିଏକୁ ପ୍ରବେଶ ପରେ ଓଡ଼ିଶା ଆଗମୀ ବିସିସିଆଇର ଘରୋଇ ସିଜିନରେ ଟପ୍ କରିବା ନେଇ ଆଶା ରଖିଛି ।

ଏପଟେ ଅଷ୍ଟ୍ରେଲିଆ କ୍ରିକେଟର ମାଇକେଲ ବେଭାନଙ୍କ ସମୟରେ ମଧ୍ୟ ଓଡିଶା ଏତେଟା ଭଲ ପ୍ରଦର୍ଶନ କରିନଥିବାରୁ, ଜାଫରଙ୍କ ପରିୟଡରେ ପ୍ରଦର୍ଶନ ଉପରେ ସଭିଙ୍କ ନଜର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.