କଟକ: ସୋମବାର କଟକରେ ଗୋଟିଏ ଷ୍ଟେଜରେ ନଜର ଆସିବେ ଦୁଇ ହେଭିୱେଟ । ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ନଜର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜିଠୁ ଆରମ୍ଭ ହୋଇଗଲାଣି ରାଜନୈତିକ ଉଷ୍ମତା । ଉଭୟ ଦଳ ଉଭୟଙ୍କୁ ସ୍ୱାଗତ କରିବା ପାଇଁ କରିଛନ୍ତି ସ୍ୱତନ୍ତ୍ର ଯୋଜନା ।
ତେବେ ଏହାରି ଭିତରେ ବିଜେଡି କହିଛି "ଏହା ଏକ ଅଣ ରାଜନୈତିକ ଉତ୍ସବ । ଏଠାରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରହିବ ନାହିଁ ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଛି ଦଳ । ଅନ୍ୟପଟେ ଅମିତ ଶାହାଙ୍କ କଟକ ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ । ଗୃହମନ୍ତ୍ରୀଙ୍କ ଗସ୍ତ କଟକ ବିଜେପିକୁ ଲାଭ ପ୍ରଦାନ କରିବ ବୋଲି କହିଛନ୍ତି BJP ନେତା ସିକନ୍ଦର ଅଲି । ଶାହଙ୍କ ଗସ୍ତର ଏକ ସକରାତ୍ମକ ପ୍ରଭାବ ଦଳ ଓ କର୍ମୀଙ୍କ ଉପରେ ପଡିଥାଏ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, କଟକ