ETV Bharat / city

ଖାଉଟି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: କୌଣସି ଶୋ'ରୁମ ଗ୍ରାହକଙ୍କୁ କହିପାରିବେ ନାହିଁ ନୋ ରିଟର୍ଣ୍ଣ

ଖାଉଟି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କୌଣସି ଶୋରୁମ ଗ୍ରାହକଙ୍କୁ ନୋ ଏକ୍ସଚେଞ୍ଜ କି ନୋ ରିଟର୍ଣ୍ଣ କହିପାରିବ ନାହିଁ । ଅଧିକ ପଢନ୍ତୁ....

author img

By

Published : Apr 26, 2021, 8:13 PM IST

No showroom can tell customers no return, sasy district cosumer welfare
ଖାଉଟି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: କୈଣସି ସୋରୁମ ଗ୍ରାହକଙ୍କୁ କହିପାରିବେ ନାହିଁ ନୋ ରିଟର୍ଣ୍ଣ

କଟକ : ଜିଲ୍ଲା ଖାଉଟି ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । କୌଣସି ଶୋରୁମ ଗ୍ରାହକଙ୍କୁ ନୋ ଏକ୍ସଚେଞ୍ଜ କିମ୍ବା ନୋ ରିଟର୍ଣ୍ଣ ବୋଲି କହି ପାରିବେ ନାହିଁ। ଖାଉଟିଙ୍କୁ ସେମାନଙ୍କ ସାମଗ୍ରୀ ପସନ୍ଦ ନ ହେଲେ ସେମାନେ ଶୋରୁମରେ ପରିବର୍ତ୍ତନ କରିପାରିବେ। କଟକ ଦୋଳମୁଣ୍ଡାଇର ଏକ ଶୋରୁମକୁ ଗ୍ରାହକଙ୍କ ଶାଢୀ ଦାମ ୫ହଜାର ୪ଶହ ଟଙ୍କା ଫେରାଇବା ସହ ୪୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା ଖାଉଟି ଫୋରମ । ଏହା ସହ ଅଦାଲତ ମାମଲା ଖର୍ଚ୍ଚ ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ ଶୋରୁମକୁ ନିର୍ଦ୍ଦେଶ ଦେଇଛନ୍ତି ଫୋରମ ।

ସୂଚନାଯୋଗ୍ୟ ଯେ, ଦୋଳମୁଣ୍ଡାଇର ଏକ ଶୋ ରୁମରୁ ଅରବିନ୍ଦ ପଟ୍ଟନାୟକ ନାମକ ଆଇନଜୀବୀ ଗତ ବର୍ଷ ଫେବ୍ରୁଆରି ୨୦ ତାରିଖରେ ଏକ ପାଟଶାଢୀ କିଣିଥିଲେ । କିନ୍ତୁ ଶାଢୀ ପସନ୍ଦ ନ ହେବାରୁ ପରଦିନ ପରିବର୍ତ୍ତନ ପାଇଁ ଯାଇଥିଲେ ଆଇନଜୀବୀ। ସମ୍ପୃକ୍ତ ଶୋରୁମ ସେହି ପାଟଶାଢୀ ପରିବର୍ତ୍ତନ ନ କରିବାରୁ ଆଇନଜୀବୀ କଟଜ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ବାରସ୍ତ ହୋଇଥିଲେ । ଜିଲ୍ଲା ଫୋରମ ଏହି ମାମଲାର ଶୁଣାଣି କରି ଗ୍ରାହକଙ୍କୁ କୌଣସି ଶୋରୁମ ନୋ ଏକ୍ସଚେଞ୍ଜ ବା ନୋ ରିଟର୍ଣ୍ଣ କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.