କଟକ: ଭକ୍ତ ଶୂନ୍ୟ କଟକ ପ୍ରମୁଖ ଖାନ ନଗର ଦକ୍ଷିଣ କାଳୀ ମନ୍ଦିର । କୋଭିଡ ପାଇଁ ସବୁ କିଛି ଠପ । କେବଳ ପୂଜା ରୀତି ନୀତିକୁ ଛାଡିଲେ ମନ୍ଦିର ପରିସରରେ ନାହାନ୍ତି କେହି ବି ଭକ୍ତ । ଏମିତିକି ପାଖ ରାସ୍ତା ମଧ୍ୟ ଜନଶୂନ୍ୟ । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା ।
ତେବେ ଆଜି ଭଳି ପବିତ୍ର ଦିନରେ ମା' ଙ୍କୁ ଯିଏ ଦର୍ଶନ କରେ ସେ ଜୀବନରେ ଫଳପ୍ରାପ୍ତି ହୋଇଥାଏ । ହେଲେ ଭକ୍ତ ମନ୍ଦିର ବେଢ଼ା ନ ମାଡି ଘରେ ରହି ମା' ଦକ୍ଷିଣକାଳୀ ଦୁଃଖ ଜଣାଇବାରେ ବ୍ୟସ୍ତ । କାରଣ ସରକାରୀ ଗାଇଡ଼ ଲାଇନ ଆଧାରରେ ଭକ୍ତ ଶୂନ୍ୟ ମନ୍ଦିର । ଏମିତକି ମୁଖ୍ୟ ଦ୍ବାର ମଧ୍ୟ କପଡାରେ ଆବଦ୍ଧ । ତେବେ ଆଜିର ଏହି ଆଧ୍ୟାତ୍ମିକ ଦିନରେ ମା'ଙ୍କ ମନ୍ଦିର ଖାଲି ପଡିବା ପ୍ରଥମ ଥର ଦେଖିବାକୁ ମିଳିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ