ETV Bharat / city

ସିଲଭର ସିଟିରେ ଲୁଟେରାରାଜ୍, ଆଇନ ଶୃଙ୍ଖଳା ନେଇ ତାତିଲା କଂଗ୍ରେସ

କଟକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା କଟକ ନଗର କଂଗ୍ରେସର ଅଭିଯୋଗ । ଏନେଇ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଦଳ । ଅଧିକ ପଢନ୍ତୁ....

author img

By

Published : Apr 9, 2021, 5:40 PM IST

କଟକରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ତାତିଲା କଂଗ୍ରେସ

କଟକ: ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାର ଅଭିଯୋଗ କରି ଆଜି(ଶୁକ୍ରବାର) କଟକ ନଗର କଂଗ୍ରେସ ପକ୍ଷରୁ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇ ନାରାବାଜି ପ୍ରଦର୍ଶନ କରିଛନ୍ତି ।

କଂଗ୍ରେସର ଅଭିଯୋଗ ମୁତାବକ, ସିଡିଏ ଅଞ୍ଚଳରେ ମର୍କତ ନଗର ଏବଂ ସିଡିଏ ଫେଜ ୨ ଥାନା ରହିଥିଲେ ସୁଦ୍ଧା ଗତ କିଛିଦିନ ଭିତରେ କିଛି ସ୍ଥାନୀୟ ବାସିନ୍ଦା ଲୁଟର ଶିକାର ହୋଇଛନ୍ତି । ଯାତାୟତ ବେଳେ ଲୁଟେରା ଲୋକଙ୍କ ଠାରୁ ସୁନା ଗହଣା ଲୁଟ୍ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଉଛନ୍ତି । ଫଳରେ ସିଡିଏ ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ହେଲେ ଲୁଟେରାଙ୍କୁ ଗିରଫ କରିବାରେ କମିଶନରେଟ୍ ପୋଲିସ ସମ୍ପୂର୍ଣ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ପୋଲିସ ଏ ଦିଗରେ ଠୋସ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛି କଟକ ନଗର କଂଗ୍ରେସ । ନଚେତ୍ ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି । ଆନ୍ଦୋଳନ ଶେଷରେ ଦଳ ପକ୍ଷରୁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.