ETV Bharat / city

ସୁରଙ୍କ ନୂଆ ଅନ୍ଦାଜ୍‌, ସମ୍ବଲପୁରୀ-ଓଡିଆ ଧୁନରେ କଲେ ରାପ୍‌

ଗୀତ ଗାଇଲେ କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ । ସମ୍ବଲପୁରୀ ଓ ଓଡିଆ ଧୁନରେ ଅରମାନ ମ୍ୟୁଜିକର ପ୍ରଯୋଜିତ ଏକ ଗୀତରେ ଜଟଣୀ ବିଧାୟକ ଦମଦାର ରାପ୍‌ କରିଛନ୍ତି । ଅଧିକ ପଢନ୍ତୁ...

ଗୀତ ଗାଇଲେ ସୁର
ଗୀତ ଗାଇଲେ ସୁର
author img

By

Published : Nov 20, 2020, 9:57 PM IST

କଟକ: ନିଆରା ଅନ୍ଦାଜରେ ଆସିଛନ୍ତି ବିଧାୟକ ସୁର ରାଉତରାୟ । ଏଥର କୌଣସି ବିଧାନସଭାରେ ହଟ୍ଟଗୋଳ ନୁହେଁ କି ନିର୍ବାଚନୀ ମୈଦାନରେ ଜୋରଦାର ପ୍ରଚାର ନୁହେଁ । ଏବେ ସଙ୍ଗୀତ ଦୁନିଆରେ ପାଦ ଥାପିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ଗୀତ ଗାଇଲେ ସୁର

ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ନିର୍ଦ୍ଦେଶନାରେ ରିଲିଜ ହେବାକୁ ଯାଉଥିବା ରଙ୍ଗବତୀର ଗୀତରେ ସେ ନଜର ଆସିବେ ରାପର ହିସାବରେ । ପ୍ରଥମ କଥା ହେଲା ଇଏ ସେହି ରଙ୍ଗବତୀ ଗୀତ ନୁହେଁ ଯିଏକି ସମ୍ବଲପୁରୀ ଭାଷାରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ହେଉଛି ଏକ ଭିନ୍ନ ଧୂନର ରଙ୍ଗବତୀ ଗୀତ । କିନ୍ତୁ ଏହି ଗୀତ ମଧ୍ୟରେ ଥିବା ରାପରେ ଅନେକ ଭାଷାର ମିଳନ ହୋଇଛି ।

ତେବେ ଏହାକୁ ଗାଇ ସୁର ବେଶ ଖୁସି ଅନୁଭବ କରିଛନ୍ତି । ଅନ୍ୟପଟେ ଏହି ଗୀତକୁ ନେଇ ଆଶା ବାନ୍ଧିଛନ୍ତି ଅରମାନ ମ୍ୟୁଜିକ ନିର୍ଦ୍ଦେଶକ ଓ ଲେଖକ । କାରଣ ସୁରଙ୍କୁ ଏହି ଗୀତରେ କାଷ୍ଟ କରିବା ପରେ ଗୀତର ଓଜନ ଆହୁରି ବୃଦ୍ଧି ହୋଇଛି ।

ପୂର୍ବରୁ ଭାଲୁ ଭାଇନା ଓରଫ ତାରାପ୍ରସାଦ ବାହିନୀପତି ସଙ୍ଗୀତ ଦୁନିଆରେ ପାଦ ଥାପି ସାରିଛନ୍ତି । ଆଉ ଏବେ ସୁରଙ୍କ ପାଳି ଯାହା ଦର୍ଶକ ମାନଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା କରାଯାଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.