ETV Bharat / city

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ: 3 ଗିରଫ

author img

By

Published : Jul 10, 2021, 7:18 PM IST

ଚୌଦ୍ବାର ପୋଲିସ ପକ୍ଷରୁ ଚୋରି ବିଦେଶୀ ମଦକୁ ଜବତ କରିବା ସହ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୌଦ୍ବାର ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ: 3 ଗିରଫ
ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ: 3 ଗିରଫ

କଟକ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ । ଚୌଦ୍ବାରର ଧୁମାଵଟୀ ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ହୋଇଥିବା ମଦ ସମଗ୍ରୀ ମାମଲାରେ ଆଜି ( ଶନିବାର) 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କୁ ଗିରଫ ସମୟରେ 2ଟି ମୋଟର ସାଇକେଲ ସମେତ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ମଧ୍ୟ ଆକଳନ କରାଯାଇଛି ।

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ: 3 ଗିରଫ

ଚୋରି ମଦକୁ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ମାମଲାର ମୁଖ୍ୟ ଵଚନକୁ ଗିରଫ କରିବା ସହ ଦୁଇ ସାଥି କାଳନ୍ଦୀ ରାଉତ, ଓ ପ୍ରମୋଦ କୁମାରଙ୍କୁ ହାତକଡି ପିନ୍ଧାଇଛି ଚୌଦ୍ବାର ଥାନା ପୋଲିସ । ତେବେ ଲକଡାଉନ ସମୟରେ ଅଧିକ ବିତ୍ତଶାଳୀ ହେବା ପାଇଁ ଅଭିଯୁକ୍ତ ଵଚନ କରିଥିଲା ପ୍ଲାନ ।

ଏହାପରେ ଚୌଦ୍ବାରର ଧୂମାବାଟି ଛକରେ ଥିବା ତୁଷାର କାନୁନଗୋ ମଦ ଦୋକାନରୁ ରାତ୍ରି ସମୟରେ ସବୁ ମଦ ନେଇ ଚମ୍ପଟ ମାରିଥିଲେ ଵଚନ ଓ ତାର ସାଥିମାନେ । ତେବେ ଏନେଇ ଚୌଦ୍ବାର ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ପରିଶେଷରେ ଏହି 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଵଚନ ନାଁରେ ବିଭିନ ଜିଲ୍ଲାରେ 14ରୁ ଉର୍ଦ୍ଧ୍ବ ମାମଲା ରହିଥିବା ନେଇ ସୂଚନା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.