କଟକ: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ କଟକରେ ପହଞ୍ଚିଥିଲେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ । ମାହାଙ୍ଗାରେ ଆୟୋଜିତ ହୋଇଥିଲା ବିଜେପିର ମହିଳା ସମାବେଶ । ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଯୋଗ ଦେଇଥିଲେ । ଏହି ସମାବେଶରେ ଯୋଗ ଦେଇଥିବା ହଜାର ହଜାର ମହିଳାଙ୍କୁ ବିକାଶର ମାର୍ଗ ଦେଖାଇଲେ। ଓଡିଶାରେ କେବଳ ଭୋଟ ଦେବା ପାଇଁ ମହିଳା ଅଧିକାର ପାଇନି । ବଂର ସେ ତାହାର ହକ ଓ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଅନେକ ଯୋଜନା ମହିଳାଙ୍କ ହିତ ପାଇଁ ଆଣିଛନ୍ତି । ଯାହାକୁ ନେଇ ଓଡିଶାର ମହିଳାମାନେ ବେଶ ଖୁସି ପ୍ରକଟ କରିଛନ୍ତି । ବିଜେଡି କିନ୍ତୁ ମହିଳାଙ୍କ ବିକାଶ ପାଇଁ କିଛି କରିନି ବୋଲି ଅଭିଯୋଗ ଆଣିଲେ ଡି ପୁରନ୍ଦେଶ୍ବରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ