କଟକ: ଲକଡାଉନ ଉଲ୍ଲଂଘନ ମାମଲା,ରାଜ୍ୟର ବିଭିନ୍ନ ଥାନାରେ ୨୬୩ ଟି ମାମଲା ରୁଜୁ । ଗତ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସାରା ଦେଶରେ ଗତ ମାସ 24 ତାରିଖ ରାତିରୁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ସମୟରେ ରାଜ୍ୟ ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୨୫୪୧ଟି ମାମଲା ରୁଜୁ କରାଯାଇଛି । ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ଲକଡାଉନକୁ ନେଇ ୨୬୩ ଟି ମାମଲା ରୁଜୁ କରାଯାଇଛି ।
ଏହି ୨୬୩ ଟି ମାମଲା ମଧ୍ୟରୁ ୨୫୪ ଟି ମାମଲା ଲକଡାଉନ ନିୟମ ଉଲ୍ଳଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ ୩ ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ହୋଇଛି । ୬ ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ କରାଯାଇଥିବା ଟୁଇଟର ମାଧ୍ୟମରେ ଓଡିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ