ETV Bharat / city

ରଣଜୀ ସିଜିନ ପୂର୍ବରୁ ଓସିଏ ପାଇଁ କଣ ରହିବ ଚ୍ୟାଲେଞ୍ଜ, ପଢନ୍ତୁ... - ରଣଜୀ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା

କୋଭିଡର ଦ୍ବିତୀୟ ଲହରୀ ନିମ୍ନଗାମୀ ହେବାକୁ ଲାଗିଛି । ଏଥିପାଇଁ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଯାଉଛି ରାଜ୍ୟ ଘରୋଇ କ୍ରିକେଟ ସିଜିନ । କୋଭିଡ ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ଘରୋଇ କ୍ରିକେଟ ପୁଣି ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଓସିଏ ସମ୍ମୁଖରେ ରହିଛି ବଡ଼ ଚ୍ୟାଲେଞ୍ଜ। ଅଧିକ ପଢ଼ନ୍ତୁ...

ରଣଜୀ ସିଜିନ ପୂର୍ବରୁ ଓସିଏ ପାଇଁ କଣ ରହିବ ଚ୍ୟାଲେଞ୍ଜ? ଜାଣନ୍ତୁ...

author img

By

Published : Jul 9, 2021, 9:01 PM IST

କଟକ: କୋଭିଡର ଦ୍ବିତୀୟ ଲହରୀ ନିମ୍ନଗାମୀ ହେବାକୁ ଲାଗିଛି । ଏଥିପାଇଁ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଯାଉଛି ରାଜ୍ୟ ଘରୋଇ କ୍ରିକେଟ ସିଜିନ । କୋଭିଡ ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ଘରୋଇ କ୍ରିକେଟ ପୁଣି ଆରମ୍ଭ ହେବାକୁ ଯାଉଛି । ଗତକାଲି ବିସିସିଆଇ ଦେଶରେ ହେବାକୁ ଥିବା ସମସ୍ତ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପାଇଁ ଅନୁମତି ପ୍ରଦାନ କରିଛି । ଏହା ସହିତ ବିସିସିଆଇ ପକ୍ଷରୁ 2021-22 ବର୍ଷର ଖେଳ ସୂଚୀ ମଧ୍ୟ ଜାରି କରାଯାଇଛି । ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ ଗୁଡ଼ିକର ତାରିଖ, ଟିମ ସଂଖ୍ୟା ଓ ସମୟ ଅବଧି ନେଇ ମଧ୍ୟ ଘୋଷଣା କରିଛି ବିସିସିଆଇ । ତେବେ ବିସିସିଆର ଏହି ନିଷ୍ପତ୍ତିକୁ ରାଜ୍ୟର କ୍ରିକେଟରମାନେ ସ୍ବାଗତ କରିଥିବାବେଳେ ଓସିଏକୁ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି କ୍ରିକେଟ ସମୀକ୍ଷକ ।

ରଣଜୀ ସିଜିନ ପୂର୍ବରୁ ଓସିଏ ପାଇଁ କଣ ରହିବ ଚ୍ୟାଲେଞ୍ଜ? ଜାଣନ୍ତୁ...

କୋଭିଡ ମହାମାରୀ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଥିବାବେଳେ ଏବେ ଦେଶ ଭିତରେ ଆରମ୍ଭ ହେବ ଘରୋଇ କ୍ରିକେଟ ସିଜିନ । ସିନିୟର ବର୍ଗ ସହିତ 23 ବର୍ଷରୁ କମ୍ ଓ 16 ବର୍ଷରୁ କମ୍ ବର୍ଗରେ ପୁଣି ଥରେ ଆରମ୍ଭ ହେବ ବିଭିନ୍ନ ଟୁର୍ଣ୍ଣାମେଣ୍ଟ । ସେଥିମଧ୍ୟରେ ରଣଜୀ, ବିଜୟ ହଜାରେ, ସୟଦ ମୁସ୍ତାକ ଅଲ୍ଲି, ସିକେ ନାଇଡୁ, ଭିନୁ ମଙ୍କଡ଼୍ ଟ୍ରଫି ଇତ୍ୟାଦି ରହିଛି ।

ସୟଦ ମୁସ୍ତାକ ଅଲ୍ଲି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର 20 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 12 ତାରିଖରେ ଶେଷ ହେବ । ସେହିପରି ନଭେମ୍ବର 16 ତାରିଖରୁ ଆରମ୍ଭ ହେବାକୁ ଥିବା ରଣଜି ଟ୍ରଫି ଫେବୃଆରି 19 ତାରିଖରେ ଶେଷ ହେବ । ସେହିଭଳି ନଭେମ୍ବର 18 ତାରିଖରୁ ସି.କେ ନାଇଟୁ ଟ୍ରଫି ଆରମ୍ଭ ହୋଇ ଫେବ୍ରୁଆରୀ 12 ତାରିଖରେ ଶେଷ ହେବ । ଅନ୍ୟ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟ ପଛକୁ ପଛ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ପ୍ରାୟ ଦୁଇବର୍ଷ ପରେ ଘରୋଇ ମ୍ୟାଚଗୁଡ଼ିକ ଆରମ୍ଭ ହେବାକୁ ଯାଉଥିବାରୁ ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି କରିବେ ବୋଲି କହିଛନ୍ତି ଓଡ଼ିଆ କ୍ରିକେଟ ଖେଳାଳି ।

ରଣଜୀ ସିଜିନ୍ ପାଇଁ ମୋଟ 38 ଟି ଟିମକୁ 4ଟି ଗ୍ରୁପରେ ରଖା ଯାଇଛି । ଏଲିଟ୍- ଏରେ 9 ଟିମ୍ ଥିବା ବେଳେ, ଏଲିଟ୍- ବି ରେ 9 ଟିମ୍ , ଏଲିଟ୍-ସି ରେ 10 ଟିମ୍ ଓ ଶେଷ ଗ୍ରୁପରେ 10 ଟିମ ରହିଛି । ଏହାକୁ ନେଇ ସ୍ପଷ୍ଟ କରିଛିି ବିସିସିଆଇ । ଅନ୍ୟପଟେ ବିସିସିଆଇର ଏହି ଘୋଷଣା ପରେ ଏବେ ଓସିଏର ପ୍ରସ୍ତୁତି ଉପରେ ସମସ୍ତଙ୍କ ନଜର ରହିଛି ।

ଏବେ ଅଭ୍ୟାସ ଉପରେ କଟକଣା ରହିଥିବାବେଳେ ଅନଲାଇନରେ ପ୍ରଶିକ୍ଷଣକୁ ନେଇ ବେଶି ଗୁରୁତ୍ୱ ଦେବା ଦରକାର, ଏହା ସହିତ ଗତବର୍ଷ ଯେପରି ମୁସ୍ତାକ ଅଲ୍ଲି ଓ ବିଜୟ ହଜାରେରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଥିଲା, ସେଥିରେ ଉନ୍ନତି ଆଣିବା ଉପରେ ଅଧିକ ଧ୍ୟାନ ଦିଆଯିବା ଦରକାର ବୋଲି କହିଛନ୍ତି କ୍ରିକେଟ ଏକ୍ସପର୍ଟ ପବନ ଅଗ୍ରୱାଲ ।

ତେବେ ଏହି ମହାମାରୀ ମଧ୍ୟରେ ଘରୋଇ କ୍ରିକେଟ ଖେଳାଯିବା ନେଇ ସ୍ପଷ୍ଟ ହେବା ପରେ ଓଡିଶା କ୍ରିକେଟ ଆସୋସିଏସନ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଟିମ ଚୟନ ଠାରୁ ଆରମ୍ଭ କରି ଦଳଗତ ଅଭ୍ୟାସ କିପରି ହେବ ତାହାକୁ ନେଇ ଓସିଏକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.