ETV Bharat / city

ଜୀବନ ସହ ଲୁହ ବି ଦେଲେ, ଏବେ ଝୁରୁଛି ଗାଁ

ପୁଲୱାମା ଆତଙ୍କି ହମଲାରେ ଶହୀଦ ହେଲେ ଦୁଇ ଓଡିଆ ପୁଅ । ଭାରତ ମାତାର ସୁରକ୍ଷା ପାଇଁ ଜୀବନ ଦେଇଛନ୍ତି ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । ଦେଶର ସାର୍ବଭୌମତ୍ୟ ଓ ଅଖଣ୍ଡତା ପାଇଁ ହସି ହସି ଜୀବନ ଦେଇଥିବା ଓଡିଆଙ୍କ ମଧ୍ୟରେ ଯୋଡି ହୋଇଛି ଆଉ ଦୁଇ ନାଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Feb 19, 2019, 12:02 AM IST

କଟକ: ଭାରତ ମାତାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଓଡିଆ ପୁଅଙ୍କ ତାଲିକା ବେଶ ଲମ୍ବା । ଦେଶର ସାର୍ବଭୌମତ୍ୟ ଓ ଅଖଣ୍ଡତା ପାଇଁ ହସି ହସି ନିଜ ଜୀବନଙ୍କୁ ବଳି ପକାଇଥାନ୍ତି ଏମାନେ । ଏହାର ପୁନଃ ଏକ ଜ୍ବଳନ୍ତ ଏବଂ ଅନନ୍ୟ ଉଦାହରଣ ଗୁରୁବାର ପୁଲୱାମା ଆତଙ୍କି ହମଲାରେ ଦେଖିବାକୁ ମିଳିଛି । ମା' ମାଟିର ସୁରକ୍ଷା ପାଇଁ ଶହୀଦ ହୋଇଛନ୍ତି ଦୁଇ ଓଡିଶା ଯବାନ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା ।

କଟକ ନିଆଳି ବ୍ଲକ ରତନପୁର ଗାଁ ପୁଅ ମନୋଜ । ୨୦୦୬ ମସିହାରେ ସେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ । ଛୁଟିରେ ଆସି ସପ୍ତାହେ ତଳେ କର୍ମକ୍ଷେତ୍ରକୁ ଫେରିଥିଲେ ବୋଲି କହିଛନ୍ତି ଜୟପୁରରେ ରହୁଥିବା ମନୋଜଙ୍କ ଭିଣୋଇ । ଆଉ ଗତକାଲିର ହମଲାରେ ସେ ଶହୀଦ ହୋଇଛନ୍ତି । ଗୁମୁରୁ ଗୁମୁରି କାନ୍ଦୁଛି ଗାଁ ମାଟି ରତନପୁର । ସେପଟେ ଶହୀଦ ହୋଇଥିବା ଅନ୍ୟ ଓଡିଆ ପୁଅ ପ୍ରସନ୍ନଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ଣରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ହାମଲାରେ 44 ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଏକାଧିକ ଗୁରୁତର ହୋଇ ଆର୍ମୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏପରିକି ଆକ୍ରମଣ ପରେ ଘାଟିରେ ଅଦ୍ଭୂତ ପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । ପ୍ରତିଶୋଧର ବହ୍ନୀରେ ହୁ ହୁ ହୋଇ ଜଳୁଛି ସମଗ୍ର ଦେଶ ।

undefined

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:() କଂଗ୍ରେସରେ ମିଶିବେ ବୈଜୟନ୍ତ ପଣ୍ଡା। ଖୁବଶୀଘ୍ର ଏନେଇ ସ୍ପଷ୍ଟ ହେବ। ଗତ କିଛି ଦିନ ଧରି ବୈଜୟନ୍ତ ନ୍କଅଂଶିବିରରେ ଏହା ଚର୍ଚ୍ଚା ହେଉଥିବା ବେଳେ ଆଜି ଏହା ଏକପ୍ରକାର ସ୍ପଷ୍ଟ ହୋଇଛି। ବୈଜୟନ୍ତ କୁଆଡେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି। ବୈଜୟନ୍ତ ଦଳରେ ସାମିଲ ହେଲେ ତାଙ୍କୁ କେନ୍ଦ୍ରାପଡା ଲୋକସଭା ସିଟ ଦିଆଯିବ। ଏପରିକି ସମସ୍ତ ନେତା ମଧ୍ୟ ତାଙ୍କୁ ସହଯୋଗ କରିବୁ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଦେବେନ୍ଦ୍ର ଶର୍ମା। ସେ କହିଛନ୍ତି ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ। ବୈଜୟନ୍ତ ସମିଲଭେଲେ କେନ୍ଦ୍ରାପଡାରେ ଦଳ ଅଧିକ ଭୋଟ ପାଇବ ବୋଲି ସେ କହିଛନ୍ତି।
ତେବେ ଏନେଇ ଖୋଦ ବୈଜୟନ୍ତ ମୁହଁ ଖୋଲୁ ନାହାଁନ୍ତି। ପିସିସ ସଭାପତି ମଧ୍ୟ ନିରବ। ମିଳିଥିବା ସୂଚନା ମୁତାବକ ବୈଜୟନ୍ତ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବାକୁ କୁହାଯାଇଛି। ଆସନ୍ତା କଲି ଏଆଇସିସି ସ୍କ୍ରିନିଂ କମିଟି କେନ୍ଦ୍ରାପଡା ଜିଲ୍ଲାରେ ସମସ୍ତ ବିଧାନସଭା ଓ ସଂସଦ ପାଇଁ ଟିକେଟ ନେଇ ଆଶାୟୀଙ୍କ ଠାରୁ ଶୁଣିବେ। ଚୂଡାନ୍ତ କରିବେ ଟିକେଟ ତାଲିକା। ତେଣୁ ଏହି ଦୃଷ୍ଟିରୁ ବୈଜୟନ୍ତ ଙ୍କ କଥା ବି ସ୍ପଷ୍ଟ ହେବ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା।

Body:କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ବୈଜୟନ୍ତଙ୍କର ଏବେବି ଲୋକପ୍ରିୟତା ରହିଛି। ଯାହାକୁ ଆଧାର କରି କଂଗ୍ରେସ ସେହି ସିଟ ହାତେଇବା ପାଇଁ ଚାହୁଇଁଛି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.