ETV Bharat / city

ଓପିଏସସି ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି - ସତ୍ୟଜିତ ମହାନ୍ତି

ଓପିଏସସି ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି । ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

ଓପିଏସସି ଅଧ୍ୟକ୍ଷ
ଓପିଏସସି ଅଧ୍ୟକ୍ଷ
author img

By

Published : Mar 1, 2021, 10:48 AM IST

କଟକ: ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତକାଲି(ରବିବାର) ସେ ଫାୟାର ଡିଜି ପଦବୀରୁ ଅବସର ନେଇଥିଲେ ।

ଓପିଏସସି ଅଧ୍ୟକ୍ଷ

ତେବେ ଆସନ୍ତା ଅଗଷ୍ଟ ମାସରେ ସେ ଅବସର ଗ୍ରହଣ କରିବାକୁ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଫଳରେ ସେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ।

ଓଡ଼ିଶା ପୋଲିସର ପୋଲିସ କମିଶନର, ଇଣ୍ଟିଲିଜେନ୍ସି ଡ଼ାଇରେକ୍ଟର, ଫାୟାର ଡ଼ିଜି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ ଆଇପିଏସ ସତ୍ୟଜିତ ମହାନ୍ତି । ଏବେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦ ପଦବୀର ଚୟନ କରୁଥିବା ଓପିଏସସିର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ସେ ଅଢେଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.