ETV Bharat / city

ବାରବାଟୀରେ t-20 ଟକ୍କର, 2022ରେ ୱେଷ୍ଟଇଣ୍ଡିଜ-ଭାରତ ଫାଇଟ୍ - ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍‌

ପୁଣି କଟକ ବାରବାଟୀକୁ ଫେରିବ କ୍ରିକେଟ ଫିବର । ୨୦୨୧-୨୨ ଅନ୍ତର୍ଜାତୀୟ ସିଜିନ୍‌ ପାଇଁ ଖେଳସୂଚୀ ଜାରି କରିଛି BCCI । ଅଧିକ ପଢ଼ନ୍ତୁ...

୨୦୨୨ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌, ୱେଷ୍ଟଇଣ୍ଡିଜ୍‌କୁ ଭେଟିବ ଭାରତ

author img

By

Published : Sep 20, 2021, 6:12 PM IST

Updated : Sep 20, 2021, 10:48 PM IST

କଟକ: ପୁଣି କଟକ ବାରବାଟୀକୁ ଫେରିବ କ୍ରିକେଟ ଫିବର । ୨୦୨୧-୨୨ ଅନ୍ତର୍ଜାତୀୟ ସିଜିନ୍‌ ପାଇଁ ଖେଳସୂଚୀ ଜାରି କରିଛି ବିସିସିଆଇ । ଏହି କ୍ରମରେ ୨୦୨୨ ଫେବ୍ରୁଆରୀ ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଏକ ଟି-୨୦ ମ୍ୟାଚ ଖେଳାଯିବ । ସୋମବାର ଆୟୋଜିତ ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକରେ ୨୦୨୧-୨୨ ଅନ୍ତର୍ଜାତୀୟ ସିଜିନ୍‌ ପାଇଁ ଖେଳସୂଚୀ ଚୂଡ଼ାନ୍ତ ହୋଇଛି ।

ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେ କହିଛନ୍ତି ଯେ, "ବାରବାଟୀରେ ଟି-୨୦ ମ୍ୟାଚ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଅବଗତ କରାଇଛି ବିସିସିଆଇ । ପୂର୍ବରୁ ଆମେ ଭଲ ଭାବେ ମ୍ୟାଚ ଆୟୋଜନ କରିଥିଲୁ । କୋଭିଡ ପରିସ୍ଥିତିରେ ମ୍ୟାଚ ଆୟୋଜନ ଏକ ଚ୍ୟାଲେଞ୍ଜ ରହିବ । ଏହା ଆମ ପାଇଁ ଅତ୍ୟନ୍ତ ଖୁସି ଖବର ।"

ୱେଷ୍ଟଇଣ୍ଡିଜ-ଭାରତ ଫାଇଟ୍

ଏହି ସିଜିନରେ ନ୍ୟୁଜିଲାଣ୍ଡ, ୱେଷ୍ଟିଇଣ୍ଡିଜ୍‌, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସହ ସିରିଜ୍‌ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ସହ ଟି-୨୦ ସିରିଜରୁ ୨୦୨୧-୨୨ ଅନ୍ତର୍ଜାତୀୟ ସିଜିନ୍‌ ଆରମ୍ଭ ହେବ । ନଭେମ୍ବର ୧୭ ତାରିଖରୁ ଏହି ସିରିଜ୍‌ ଆରମ୍ଭ ହେବ । ଜୁନ୍‌ ୧୯ ତାରିଖରେ ଦକ୍ଷିଣ ଆଫ୍ରିକା ବିରୋଧରେ ଶେଷ ମ୍ୟାଚ ସହ ଏହି ସିଜିନ ଶେଷ ହେବ ।

2019 ମସିହାରେ ଶେଷ ଥର ପାଇଁ ବାରାବାଟୀ ଷ୍ଟାଡିୟମରେ ଏକ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଇଂଲଣ୍ଡ ବିପକ୍ଷରେ ଏକ ଦିନିକିଆ ମ୍ୟାଚ ଖେଳିଥିଲା ଭାରତ । ୫ ବର୍ଷପରେ ପୁନଃ ବାରବାଟୀରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ ।

ନଭେମ୍ବର ୧୭ ତାରିଖରେ ରାଜସ୍ଥାନର ଜୟପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ ଆରମ୍ଭ ହେବ । ଏହି ତିନି ଟିକିଆ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ନଭେମ୍ବର ୧୯ ତାରିଖରେ ରାଞ୍ଚି ଓ ତୃତୀୟ ମ୍ୟାଚ ସେପ୍ଟେମ୍ବର ୨୧ରେ ତୃତୀୟ ବା ଶେଷ ମ୍ୟାଚ୍ କୋଲକାତାରେ ଖେଳାଯିବ । ଏହାପରେ ନଭେମ୍ବର ୨୫ରେ କାନପୁରରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ଦ୍ବିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରେ ଖେଳାଯିବ ।

ପରେ ୨୦୨୨ ଫେବ୍ରୁଆରୀ ୬ ତାରିଖରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଭାରତ । ଏହି ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଫେବ୍ରୁଆରୀ ୯ ଓ ଫେବ୍ରୁଆରୀ ୧୨ ତାରିଖରେ ଜୟପୁର ଓ କୋଲକାତାରେ ଖେଳାଯିବ । କଟକ ବାରବାଟୀ ଷ୍ଟାଡିୟମରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ୍‌ ଆରମ୍ଭ ହେବ । ଫେବ୍ରୁଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ଭାଇଜାକ୍‌ ଓ ତିଭେନ୍ଦ୍ରମରେ ଦ୍ବିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ ।

୨୦୨୨ ଫେବ୍ରୁଆରୀରେ ହିଁ ଭାରତ ଗସ୍ତ କରିବ ଶ୍ରୀଲଙ୍କା । ଫେବ୍ରୁଆରୀ ୨୫ ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହାପରେ ମାର୍ଚ୍ଚ ୫ ତାରିଖରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଟେଷ୍ଟ ସିରଜ୍‌ ପରେ ଆରମ୍ଭ ହେବ ଟି-୨୦ ସିରିଜ୍‌ । ମାର୍ଚ୍ଚ ୧୩, ୧୫ ଓ ୧୮ ତାରିଖରେ ଯଥାକ୍ରମେ ମୋହାଲି, ଧର୍ମଶାଳା ଓ ଲକ୍ଷ୍ନୌରେ ଟି-୨୦ ସିରିଜ୍‌ ଖେଳାଯିବ ।

ଏହାପରେ ଜୁନ ମାସରେ ଭାରତ ଗସ୍ତ କରିବ ଦକ୍ଷିଣ ଆଫ୍ରିକା ଦଳ । ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଜୁନ ମାସ ୯, ୧୨, ୧୪, ୧୭, ଓ ୧୯ ତାରିଖରେ ଏହି ମ୍ୟାଚ ଖେଳାଯିବ । ଚେନ୍ନାଇ, ବେଙ୍ଗାଲୁରୁ, ନାଗପୁର, ରାଜକୋଟ୍‌ ଓ ଦିଲ୍ଲୀ ଷ୍ଟଡିୟମରେ ଖେଳାଯିବ ଏହି ସମସ୍ତ ମ୍ୟାଚ୍‌ ।

ଆପେକ୍ସ କାଉନସିଲ୍‌ରେ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛି ବିସିସିଆଇ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 20, 2021, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.